ଖୋଲିବ ସବ୍ଜଜ୍ କୋର୍ଟ, ବିଜେପିର ସାମ୍ବାଦିକ ସମ୍ମିଳନୀ

 ଧାମନଗର :  ଧାମନଗରରେ ସବଜଜ କୋର୍ଟ ଖୋଲିବାକୁ ଘୋଷଣା ହୋଇଛି ।  ଏହାକୁ ନେଇ ଧାମନଗର ବିଜେପି ଓ ଓକିଲ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ୍ ହରିଚନ୍ଦନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ଓଡ଼ିଶା ହାଇକୋର୍ଟର ବିଚାରପତିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହାକୁ ନେଇ ପ୍ରଥମେ ଧାମନଗର ବିଜେପି ପକ୍ଷରୁ ଶୁକ୍ରବାର ମଧ୍ୟାହ୍ନ ୧୧ ଟା ସମୟରେ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ବିଜୟ ରାମଙ୍କ ସଭାପତିତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସାଂସଦଙ୍କ ପ୍ରତିନିଧି ମନୋରଞ୍ଜନ ମଲ୍ଲିକ, ସାଂସଦଙ୍କ ନଗର ପ୍ରତିନିଧି ସରୋଜ ମହାପାତ୍ର, ମନ୍ତ୍ରୀଙ୍କ ନଗର ପ୍ରତିନିଧି କୈଳାଶ ମହାପାତ୍ର, ବିଜେପି କର୍ମୀ ଅରବିନ୍ଦ ପତି, ଶ୍ରୀଧର ବେହେରା, ଆଇନଜୀବୀ ଅଜିତ ଦାଶ, ଅଶୋକ ଦାଶ, ମନୋଜ୍ ଗୁପ୍ତା ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ଆଇନ ମନ୍ତ୍ରୀ ପ୍ରୁଥିରାଜ ହରିଚନ୍ଦନଙ୍କୁ କୃତଜ୍ଞତା ଜଣାଇଥିଲେ । ଧାମନଗର ଓକିଲ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଆଇନଜୀବୀ ରଣଜିତ ମହାନ୍ତିଙ୍କ ସଭାପତିତ୍ୱରେ ସଭାପତି ଅଶୋକ ଦାଶ, ଅମରେନ୍ଦ୍ର ମହାନ୍ତି, ବିଜୟ ରାମ, ଉପସଭାପତି ପ୍ରଜ୍ଞାପରମିତା ଦାଶ, ପର୍ଶୁରାମ ମହାପାତ୍ର, ମିନତୀ ମଲ୍ଲିକ, ମନୋଜ ଗୁପ୍ତା, ଶାନ୍ତନୁ ଦାସ, ସନ୍ତୋଷ ତ୍ରିପାଠୀ, ଜୈନୁଲ ଅବେଦିନ ଓ ଅନ୍ୟମାନେ ଉପସ୍ଥିତ ରହି ସଧାରଣ ଲୋକଙ୍କ ସୁବିଧା ଓ ଉପକାରିତା ସଂପର୍କରେ ରାଜ୍ୟସରକାର ଓ ଓଡ଼ିଶା ହାଇକୋର୍ଟର ବିଚାରପତିଙ୍କୁ  କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ ।