ତୁଳସୀ ପୂଜନ ଉତ୍ସବ

ଭଣ୍ଡାରିପୋଖରୀ :  ଡିସେମ୍ବର ୨୫ ଉପଲକ୍ଷେ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ପବିତ୍ର ତୁଳସୀ ପୂଜନ ଉସôବ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ମଞ୍ଜୁରୀ ରୋଡ ସ୍ଥିତ ହେଲ୍ପଲାଇନ କମ୍ପୁ୍ୟଟର ଇନଷ୍ଟିଚୁ୍ୟଟ ଠାରେ ପରିଚାଳକ ମନୋରଞ୍ଜନ ସାହୁଙ୍କ ସଂଯୋଜନାରେ ତୂଳସୀ ପୂଜନ ଉସôବ ଆୟୋଜନ ହୋଇଥିଲା । ଏଥିରେ ଇନଷ୍ଟିଚୁ୍ୟଟ ଛାତ୍ର ଛାତ୍ରୀ ଯୋଗଦେଇ ମା ବୃନ୍ଦାବତୀଙ୍କୁ ଧୂପ ଦୀପ ନୈବେଦ୍ୟ ପ୍ରଦାନ କରି ପୂଜାର୍ଚ୍ଚନା କରିଥିଲେ । ଏହାଛଡା ତୁଳସୀ ମହିମା ସମ୍ପର୍କରେ ପୁସ୍ତକ ପଠନ କରିଥିଲେ । ଭଣ୍ଡାରିପୋଖରୀ ବଜାର ସ୍ଥିତ ମା ତାରିଣୀ ଏଣ୍ଟରପ୍ରାଇଜେସ ପକ୍ଷରୁ ମଧ୍ୟ ଭାବ ଭକ୍ତିର ସହିତ ପୂଜା ଅନୁଷ୍ଠିତ ହୋଇଯାଇଛି । ପୂଜକଙ୍କ ବୈଦିକ ମନ୍ତ୍ର ଉଚ୍ଚାରଣ ମାଧ୍ୟମରେ ଶ୍ରଦ୍ଧାଳୁମାନେ ମା ବୃନ୍ଦାବତୀଙ୍କୁ ପୂଜା ଧୂପ ଦୀପ ଦେଇ ପୂଜା କରିଥିଲେ । ବରିଷ୍ଠ ନାଗରିକ ଉଦକର ନାୟକ, ଶିକ୍ଷକ ମାନସ ସାହୁ, ପ୍ରତାପ ନାୟକ, ଖବରଦାତା ଆକାଶ ଆଦିତ୍ୟ ବେହେରା, ବ୍ୟବସାୟୀ ସମୀର ପଣ୍ଡା, ତାପସ ନାୟକ ପ୍ରମୁଖ ଉପସ୍ଥିତ ରହି ତୁଳସୀ ଦେବୀଙ୍କ ବନ୍ଦନା କରିଥିଲେ । ଅନୁରୂପ ଭାବେ ରାଢୋ ଠାରେ ମଧ୍ୟ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି ପକ୍ଷରୁ ସଦସ୍ୟ ଦୁର୍ଯ୍ୟଧନ ଲେଙ୍କାଙ୍କ ତତ୍ତ୍ୱାବଧାନରେ ପବିତ୍ର ତୁଳସୀ ପୂଜନ ପାଳିତ ହୋଇଯାଇଛି ।