ଫଳକ ଲାଗିଛି-କାମ ଶୂନ୍, ସାନକୁଝାଲା ଗ୍ରାମବାସୀଙ୍କ ପାଇଁ ରାସ୍ତା ସାତସପନ
ାା ପ୍ରଭାନୁ୍ୟଜ ।ା ଯାଜପୁର ଟାଉନ: ଗମନାଗମନ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଗଣ୍ଡା ଗଣ୍ଡା ଯୋଜନା କରୁଛନ୍ତି । ଗାଁ ଠାରୁ ସହର ପର୍ଯ୍ୟନ୍ତ ରାସ୍ତା କରିବା ଆଳରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ଏବେ ବି ଅଧିକାଂଶ ଗାଁକୁ ପକ୍କା ରାସ୍ତାଟିଏ ନଥିବାରୁ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଯାଜପୁର ସଦର ମହକୁମା ଠାରୁ ମାତ୍ର୮କିମି ଦୂରରେ ଥିବା ସାନକୁଝାଲା ଗାଁକୁ ଦେଖିଲେ ଜଳଜଳ ହୋଇଦିଶୁଛି । ଗତ ୨୦୨୩-୨୪ ଆର୍ଥୀକ ବର୍ଷରେ ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ସାନକୁଝାଲା ଗାଁକୁ ପକ୍କା ରାସ୍ତାଟିଏ ନିର୍ମାଣ ପାଇଁ ଫଳକଟିଏ ଲଗାଯାଇଥିଲା । ଏହି ରାସ୍ତାର ବ୍ୟୟ ଅଟକଳ ୬ଲକ୍ଷ ୬୮ହଜାର୨୩୫ ଟଙ୍କା ବୋଲି ଫଳକରେ ଉଲ୍ଲେଖ ଅଛି । ଗାଁକୁ ପକ୍କା ରାସ୍ତାଟିଏ ନିର୍ମାଣ ହେବ ଏବଂ ସବୁଦିନ ପାଇଁ ଲୋକଙ୍କ ଦୁଃଖ ଦୂର ହେବ ବୋଲି ସାନକୁଝାଲା ଗ୍ରାମବାସୀଙ୍କର ଧାରଣାଥିଲା । କିନ୍ତୁ ଏହି ରାସ୍ତା କାମ ଫଳକରେ ସିମୀତ ରହିଯାଇଥିଲା । ଏବେ ବି ସାନକୁଝାଲା ଗ୍ରାମବାସୀ ଏହି ରାସ୍ତା ପାଇଁ ବାରମ୍ୱାର ବ୍ଲକପ୍ରଶାସନ ଠାରୁ ଜିଲା ପ୍ରଶାସନ ପର୍ଯ୍ୟନ୍ତ ଦ୍ୱାରସ୍ଥ ହୋଇଛନ୍ତି; ହେଲେ ଫଳଶୁନ । ଏବେ ସାମାନ୍ୟ ବର୍ଷା ହେଲେ ଏହି ଗ୍ରାମକୁ ଯାଇଥିବା ମୁଖ୍ୟ ରାସ୍ତାଟି ଏବେ କୁତ୍ରିମ ବନ୍ୟାରେ ପରିଣତ ହୋଇଛି । ଫଳରେ ଗାଁ ଲୋକେ ଯିବା ଆସିବା କରିବା କଷ୍ଟକର ହୋଇପଡୁଛି । ସେହିପରି ଏହି ଗ୍ରାମର ଛାତ୍ରଛାତ୍ରୀ ମାନେ ପାଠ ପଢିବାକୁ ଯିବା ଆସିବା ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଫଳକ ଲାଗିଛି ମାତ୍ର ରାସ୍ତାର ନିର୍ମାଣ ହେଉନଥିବାରୁ ପ୍ରତ୍ୟେକ ଦିନ ଗ୍ରାମବାସୀ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ତେବେ ଦେଖିବାକୁ ବାକି ରହିଲା ଏହି ଗାଁକୁ କେବେ ପକ୍କାରାସ୍ତା ନିର୍ମାଣ ହେଉଛି ଓ ସାନକୁଝାଲା ଗ୍ରାମବାସୀ କେବେ ନିଜର ମୌଳିକ ସୁବିଧା ପାଉଛନ୍ତି ।