ବିଧାୟକଙ୍କ ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ : ଅଧ୍ୟକ୍ଷ

 ବ୍ୟାସନଗର: ଗଲା କିଛି ଦିନ ହେଲା ବ୍ୟାସନଗର ପୈାର ନିର୍ବାହୀ ଅଧିକାରୀଙ୍କୁ ନିର୍ଯ୍ୟାତନା ଦିଆଯିବା ଭଳି ଅଭିଯୋଗ ପୈାର ରାଜନୀତିକୁ ସରଗରମ କରିଛି । କାଉନସିଲ ବୈଠକରେ ପାରିତ ୪କୋଟି ଟେଣ୍ଡର ପ୍ରକ୍ରୀୟା ବିଳମ୍ବକୁ ନେଇ ଆରମ୍ଭ ହୋଇଥିବା ବିବାଦ ଭିତରେ କୋରେଇ ବିଧାୟକ ନିର୍ବାହୀ ଅଧିକାରୀଙ୍କୁ ଅଧ୍ୟକ୍ଷ ସମେତ ପାରିଷଦ ୮ଘଣ୍ଟା ଧରି ଅଟକ ରଖିବା, ଔଷଧ ଖାଇବାକୁ ନଦେବା ଏବଂ ନିର୍ଯାତନା ଦେବା କଥା ଗଣମାଧ୍ୟମରେ ରଖିବା ପରେ ଆଜି ମୁହଁ ଖୋଲିଛନ୍ତି ଅଧ୍ୟକ୍ଷ ଏବଂ ପାରିଷଦ । ବିଧାୟକ ଆକାଶ ଦାସନାୟକଙ୍କ ଆରୋପକୁ ଖଣ୍ଡନ କରିବା ସହ କହିଛନ୍ତି, ସେ ଯାହା ମନ୍ତବ୍ୟ ଦେଇଛନ୍ତି ତାହା  ଭିତିହୀନ ଏବଂ ଡ଼ାହାମିଛ ବୋଲି କହିଛନ୍ତି ଅଧ୍ୟକ୍ଷ ସୁୁବାସ ଚନ୍ଦ୍ର ଶ୍ରୀ ବଳଙ୍କ ସମେତ ପାରିଷଦଙ୍କ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଧାୟକଙ୍କ ମନ୍ତବ୍ୟ ଉପରେ ମତ ରଖିବା ସହ ଟେଣ୍ଡର ଏବଂ ଅନାସ୍ଥାକୁ ନେଇ ଗଲା କିଛିଦିିନ ତଳେ ୬ଜଣ ପାରିଷଦ ଯେଉଁ ମତ ଏବଂ ସଫେଇ ଦେଇଥିଲେ ତା ଉପରେ ସ୍ପଷ୍ଟମତ ରଖିଥିଲେ । ଅଧ୍ୟକ୍ଷ ଶ୍ରୀ ବଳ କହିଥିଲେ କି ଗଲାମାସ ୨୬ତାରିଖରେ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପାଢୀଙ୍କୁ ଦିନ ୧୨ଟାରୁ ଦୀର୍ଘ ୮ଘଣ୍ଟା ଧରି କାର୍ଯ୍ୟାଳୟରେ ଅଟକ ରଖିବା ସହ ନିର୍ଯ୍ୟାତନା ଦିଆଯାଇଥିବା ଯେଉଁ ଆରୋପ ଲଗାଇଛନ୍ତି, ସେଥିରେ କୈାଣସି ସତ୍ୟତା ନାହିଁ । ମୁଁ ଏବଂ ପାରିଷଦ ଉକ୍ତଦିନ ସାଢେ ୧୦ଟାରୁ ଅଧିକାରୀଙ୍କୁ କାର୍ଯ୍ୟାଳୟରେ ଅପେକ୍ଷା କରିଥିଲୁ । କିନ୍ତୁ ଅଧିକାରୀ ଦିନ ପ୍ରାୟ ସାଢେ୩ ଟା ସମୟରେ ଆସି କାର୍ଯ୍ୟାଳୟରେ ପହଁଚିଥିଲେ । ଅଧିକାରୀ କାର୍ଯ୍ୟାଳୟରେ ପହଁଚି ଖାଇ ସାରିବା ପରେ ଯାଇ ତାଙ୍କ ସହ ଟେଣ୍ଡର ପ୍ରକ୍ରିୟା ଉପରେ ଆଲୋଚନା କରିଥିଲୁ । ଅଧିକାରୀ କହିଥିଲେ କି କିଛି ଗ୍ରିଭାନ୍ସ ଆସିଛି, ତଦନ୍ତ ପରେ କରାଯିବ ଏବଂ ପରେ ପରେ ଗ୍ରିଭାନ୍ସ ଆସିବ ବୋଲି କହିଥିଲେ । ଉକ୍ତ ସମୟରେ ହିଁ ଜଣେ ପାରିଷଦ ଲଫାପାରେ ଭର୍ତ୍ତି ଗ୍ରିଭାନ୍ସ ଦେଇଯାଇଥିଲେ । ଯାହାକୁ ନେଇ ସେ ଏବଂ ପାରିଷଦ ଜଣେ ପାରିଷଦଙ୍କ ଗ୍ରିଭାନ୍ସ ପାଇଁ କ’ଣ ଟେଣ୍ଡର ପ୍ରକ୍ରିୟା ଅଟକିଯିବ ବୋଲି ପ୍ରଶ୍ନ କରି ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଥିଲେ । ଧାରଣାରେ ବସିବା ସମୟରେ ଉପସ୍ଥିତ ପାରିଷଦ, ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ସାଙ୍ଗ ହୋଇ ଚା’ପିଇଥିଲୁ । ଉକ୍ତ ସମୟ ଭିତରେ ଅଧିକାରୀ ଔଷଧ ଖାଇବା କଥା ମଧ୍ୟ ପଦୁଟିଏ କହି ନଥିବା ବେଳେ ସନ୍ଧ୍ୟା ସମୟରେ ଅଧିକାରୀ ଆସନ୍ତାକାଲି ଟେଣ୍ଡର କରିବାର ପ୍ରତିଶ୍ରୁତି ଦେବା ପରେ ଆମେ ଧାରଣାରୁ ଉଠିଥିଲୁ । ଏଣୁ ଆମେ ୮ଘଣ୍ଟା ଧରି ଅଧିକାରୀଙ୍କୁ ଅଟକ ରଖିଲୁ କିପରି ବୋଲି ପ୍ରଶ୍ନ ରଖିଥିଲେ ଅଧ୍ୟକ୍ଷ ଶ୍ରୀ ବଳ । ଯୋରଜବରଦସ୍ତ ଫାଇଲରେ ଦସ୍ତଖତ କରିବା, ଔଷଧ ଏବଂ ଖାଇବାକୁ ସୁଯୋଗ ନଦେବା ଭଳି ଯେଉଁ ଅଭିଯୋଗ ବିଧାୟକ ରଖିଛନ୍ତି, ସେଥିରେ କେତେ ସତ୍ୟତା ରହିଛି, ତାହାର ପ୍ରମାଣ ସିସିଟିଭି ଫୁଟେଜ ହିଁ କହିବ । ବ୍ୟାସନଗର ବିକାଶରେ ବାଧକ କିଏ ପାରିଷଦ ନାଁ ବିଧାୟକ ତାହା ପୈାରବାସୀ ହିଁ ବିଚାର କରିବେ । ବାରମ୍ବାର ଅନାସ୍ଥା ପାଇଁ ବିକାଶରେ ବାଧକ ସାଜିଛି ବୋଲି ବିଧାୟକ ଯେଉଁ ଅଭିଯୋଗ କରିଛନ୍ତି, ତାହାର ଉତ୍ତର ତାଙ୍କ ପାଖରେ ହିଁ ରହିଛି । କାରଣ ବିଜେଡ଼ି ସମୟରେ ବିଧାୟକ ଥିବା ବେଳେ ଆକାଶଙ୍କ ସମୟରେ ହିଁ ସେସମୟର ପୈାରାଧ୍ୟକ୍ଷାଙ୍କ ବିରୁଦ୍ଧରେ ୩ଥର ଅନାସ୍ଥା ଅଣାଯାଇଥିଲା ବିଧାୟକ କାହିଁକି ପାରିଷଦଙ୍କୁ ଅଟକାଇ ପାରିନଥିଲେ । ଯଦି ଆମେ କହିବୁ, ତେବେ ସଙ୍ଗୀତା ପିଙ୍ଗୁଆଙ୍କ ବିରୁଦ୍ଧରେ ଯେଉଁ ପାରିଷଦ ଅନାସ୍ଥା ଆଣିଥିଲେ ସେମାନଙ୍କୁ ସେ ଏବେ ଶରଣ ଦେଇଛନ୍ତି ବୋଲି ଅଧ୍ୟକ୍ଷ ଏବଂ ପାରିଷଦ କହିଥିଲେ । ସେହିପରି କିଛିଦିନ ତଳେ ବିଜେଡ଼ିର ୪ଜଣ ପାରିଷଦ ସଫେଇ ଦେଇଥିଲେ କି ଆମେ ଅନାସ୍ଥା ସପକ୍ଷରେ ନଥିଲୁ । ମିଛରେ ଆମ ଦସ୍ତଖତ ନେଇ ଅନାସ୍ଥା ଆଗତ କରିଥିଲେ । ହେଲେ ୪ପାରିଷଦ ଦେଇଥିବା ସଫେଇର କଡ଼ା ଜବାବ ଭିଡ଼ିଓ ଚିତ୍ର ସହ ରଖିଥିଲେ ଅଧ୍ୟକ୍ଷ ଏବଂ ପାରିଷଦ । ଉକ୍ତ ୪ଜଣ ପାରିଷଦ ଜିଲାପାଳଙ୍କୁ ଅନାସ୍ଥା ଆବେଦନ କରିବା, ନବୀନ ନିବାସକୁ ଯାଇ ସଙ୍ଗୀତା ପିଙ୍ଗୁଆଙ୍କ ବିରୁଦ୍ଧରେ କୁସôାରଟନା କରିବା ଏବଂ ଏଡ଼ିଏମ କଳିଙ୍ଗନଗରଙ୍କ ସମ୍ମୁଖରେ ଦସ୍ତଖତ ଯାଂଚରେ ସାମିଲ ହୋଇଥିଲେ । ଏଣୁ ସେମାନେ ନିଜର ସ୍ୱାର୍ଥ ପାଇଁ ଘୋଡ଼ାବେପାରରେ ସାମିଲ ହେବା ପରେ ବିଧାୟକଙ୍କ ଶରଣରେ ପସିଛନ୍ତି । ତେବେ ବିକାଶର ବିରୋଧି କିଏ ବିଧାୟକ ନାଁ ପାରିଷଦ । ଯାହାର ବିଚାର ସହରବାସୀ କରନ୍ତୁ । ଅଧ୍ୟକ୍ଷ ଏବଂ ପାରିଷଦ ସାମ୍ବାଦିକ ସମ୍ମିଳନୀରେ ମିଥ୍ୟା ଅପବାଦ ଏବଂ ଦଳୀୟ ମନୋଭାବରୁ ଉର୍ଦ୍ଧରେ ରହି ସହର ବିକାଶ ପାଇଁ ଧ୍ୟାନ ଦେବାକୁ ବିଧାୟକଙ୍କୁ ଅନୁରୋଧ କରିଥିଲେ । ବିଧାୟକ ସହଯୋଗର ହାତ ବଢାଇଲେ ଆମେ ମଧ୍ୟ ସହଯୋଗ ପାଇଁ ସ୍ୱାଗତ କରିବୁ । ଯଦି ୧୫ ଦିନ ମଧ୍ୟରେ ସହର ବିକାଶ ପାଇଁ ଟେଣ୍ଡର ପ୍ରକ୍ରୀୟାକୁ ତ୍ୱରାନ୍ୱିତ କରାନଯାଏ, ତେବେ ଆମେ ଧାରଣା ଦେବାକୁ ପଛାଇବୁ ବୋଲି ଅଧ୍ୟକ୍ଷ ଶ୍ରୀ ବଳଙ୍କ ସହ ପାରିଷଦ ଚେତାବନି ଦେଇଥିଲେ । ସାମ୍ବାଦିକ ସମ୍ମିଳନୀରେ ପାରିଷଦ ବିଜୟ କୁମାର ଜେନା, ଶିବାନନ୍ଦ ନାୟକ, କୁନି ହାସଁଦା, ବୁଦୁନୀ ଦରାଇ, ମୋନାଲିସା ସାହୁ, ଅରୁନ୍ଧତୀ ପରିଡ଼ା, ସିଦ୍ଧାର୍ଥ ଶଙ୍କର ସାମଲ, ଅନ୍ନପୂର୍ଣ୍ଣା ତରାଇ, ସରୋଜୀନୀ ନାୟକ, ସରିତା ଜେନା, ରଶ୍ମିତା ଖୁଣ୍ଟିଆ, ଉର୍ମିଳା ପରିଡ଼ା, ସୁଜାତା ପ୍ରୀୟଦର୍ଶନୀ ପରିଡ଼ା, ରବିନ୍ଦ୍ର ରାଉତ୍, ସରୋଜୀନୀ ନାୟକ, ଦିଲୀପ ସେଠୀ, ଅଶୋକ ଦାସ, ସନ୍ତୋଷ ବରାଳ, ପାର୍ଥସାରଥି ନାୟକ ପ୍ରମୂଖ ଉପସ୍ଥିତ ରହିଥିଲେ ।