ସର୍ବଭାରତୀୟ ଦିବାରାତ୍ର ଭଲିବଲ୍ : କୋଲକାତା ପୁଲିସ ଚାମ୍ପିଅନ
ବ୍ରହ୍ମବରଦା : ରସୁଲପୁର ବ୍ଲକ ବ୍ରହ୍ମବରଦା ପଞ୍ଚାୟତ ମୁସାଇରା ପଡିଆ ଠାରେ ଅନୁଷ୍ଠିତ ସର୍ବଭାରତୀୟ ଦିବାରାତ୍ର ଭଲିବଲ୍ ପ୍ରତିଯୋଗିତାରେ ପଶ୍ଚିମବଙ୍ଗର କୋଲକାତା ପୁଲିସ ଇସଲାମୀୟା କ୍ଲବ ଓଡ଼ିଶାକୁ ୨-୦ ସେଟରେ ପରାସ୍ତ କରି ଚାମ୍ପିଆନ ହୋଇଛି । ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ରୁହାନି ସ୍ପୋର୍ଟିଂ କ୍ଲବ ଇସଲାମ ନଗର ପକ୍ଷରୁ ଅୟୋଜିତ ୮ମ ସର୍ବଭାରତୀୟ ଦିବାରାତ୍ର ଭଲିବଲ୍ ପ୍ରତିଯୋଗିତାରେ ଓଡ଼ିଶାର ଇସଲାମୀୟା କ୍ଲବ, କର୍ଣ୍ଣାଟକର ବେଙ୍ଗାଲୁରୁ ସ୍ପୋର୍ଟ କ୍ଲବ, ଚଣ୍ଡୀଗଡ଼ର ହରିୟାଣା ସ୍ପାଏକର୍ସ ଓ ପଶ୍ଚିମବଙ୍ଗର କୋଲକାତା ପୁଲିସ ଆଦି ଦେଶର ୪ଟି ବଛାବଛା ଦଳ ଭାଗ ନେଇଥିଲେ । ପ୍ରତିଯୋଗିତାର ବିଭିନ୍ନ ପର୍ଯ୍ୟାୟ ଖେଳ ପରେ ଶେଷରେ ଇସଲାମୀୟା କ୍ଲବ ଓ କୋଲକାତା ପୁଲିସ ମଧ୍ୟରେ ଚିତାକର୍ଷକ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ପଶ୍ଚିମବଙ୍ଗର କୋଲକାତା ପୁଲିସ ବିଜୟ ଲାଭ କରିଥିଲା ।
ପ୍ରତିଯୋଗିତାକୁ ଅତିଥି ଭାବେ ବ୍ରହ୍ମବରଦା ସରପଞ୍ଚ ମମତା ଶୁଭଦର୍ଶନୀ ଦେଓ ଉଦ୍ଘାଟନ କରିଥିଲେ । ମୁଖ୍ୟଅତିଥି ଧର୍ମଶଳା ବିଧାୟକ ହିମାଂଶୁ ଶେଖର ସାହୁ, ବିଜେପି ନେତା ଗୌତମ ରାୟ, ବିଜେପି ନେତା ଉମେଶ ଜେନା, ସଂଜୀବ ଜେନା, ବ୍ରହ୍ମବରଦା ସମିତି ସଭ୍ୟା ରୁକସାନା ପରୱିନ, ସମାଜସେବୀ ପ୍ରଦୀପ ଦାସ, ଯୁବନେତା ରାକେଶ ଦେଓ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ବିଜେତା ଦଳ ପଶ୍ଚିମବଙ୍ଗର କୋଲକାତା ପୁଲିସକୁ ରୁହାନି ସ୍ପୋର୍ଟିଂ କ୍ଳବର ସଭାପତି ସେକ୍ କମରୁଲ ଟ୍ରଫି ସହ ଚେକ୍ ପ୍ରଦାନ କରିଥିଲେ । ପ୍ରତିଯୋଗିତାରେ ଭାଷ୍ୟକାର ଭାବେ ଅମୀୟ ପରିଡ଼ା ଓ ରବିନାରାୟଣ ଜେନା ଏବଂ ମ୍ୟାଚ୍ ରେଫରି ଭାବେ ନିରଞ୍ଜନ ନାୟକ ଓ କଲାକାର ସାମଲ ଖେଳକୁ ପରିଚାଳନା କରିଥିଲେ । କ୍ଲବ ସମ୍ପାଦକ ଜୁଲଫିକର ଅଲ୍ଲୀ ଖାଁ, ଉପସଭାପତି ଅନୱର ଖାଁ, ସହସମ୍ପାଦକ ସଫିଆଲାମ ଖାଁ, ସେକ୍ ଜାଇରୁଲ, ଅରସଦ୍ ଅୟୁବ, ହାରିସ ଖାଁ, ଜକି ଆଲାମ ଖାଁ, ଅବ୍ଦୁଲ ରସିଦ ଖାଁ, ଇମତିୟାଜ ଆଲାମ ଖାଁ, ଫିରଦୋସ ଆଲାମ ଖାଁ, ଅମ୍ମିର ଅବ୍ୱାସ ଖାଁ, ଦିନବନ୍ଧୁ ରାଉତ ସମେତ କ୍ଲବର ସମସ୍ତ ସଭ୍ୟ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିଥିଲେ ।