ନଦୀକୁ ଡେଇଁ ନର୍ସିଂ ଛାତ୍ରୀଙ୍କ ଆମହତ୍ୟା ଉଦ୍ୟମ
ପାଣିକୋଇଲି : ବୁଧବାର ଅପରାହ୍ନରେ ଖରସ୍ରୋତା ନଦୀକୁ ଡ଼େଇଁ ଜନୈକା ନର୍ସିଂଛାତ୍ରୀ ଆମହତ୍ୟା ଉଦ୍ୟମ କରିଥିବା ବେଳେ ମସôଜୀବୀଙ୍କ ଦ୍ୱାରା ଉଦ୍ଧାର ହୋଇଛି । ଛାତ୍ରୀ ଟମକା ଥାନା ଦେଉଳକଣା ଗ୍ରାମର ବିଷ୍ଣୁ ପାତ୍ରଙ୍କ ଝିଅ ପୂଜାରାଣୀ (୨୧)ହୋଇଥିବା ବେଳେ ଧର୍ମଶାଳା ସାଇ ଦୁର୍ଗା ନର୍ସିଂ କଲେଜରେ ପାଠ ପଢୁଥିବା ବେଳେ କୁଆଖିଆ ସତସଂଗ ବିହାର ନିକଟସ୍ଥ ହଷ୍ଟେଲରେ ରହୁଥିଲେ । କୌଣସି କାରଣରୁ ସେ ସେଠାରୁ ଚାଲି ଚାଲି ଆସି ନଦୀ ପୋଲ ଉପରୁ ନଦୀକୁ ଡେଇଁପଡିଥିଲେ । ସୌଭାଗ୍ୟବଶତଃ ନଦୀରେ ମାଛ ଧରୁଥିବା ମସôଜୀବୀ ଏହା ଦେଖି ତାକୁ ଉଦ୍ଧାର କରି କୂଳକୁ ଆଣିଥିଲେ । ପାଣିକୋଇଲି ବିଦୁ୍ୟତ ବିଭାଗର କର୍ମଚାରୀ ଅଲେଖ ସେଠୀ ଓ ରଘୁନାଥ ସାହୁ ତାଙ୍କୁ ସେଠାରୁ ଆଣି ମସୁଦ୍ପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଖବର ପାଇ ଘଟଣାସ୍ଥଳେ ପାଣିକୋଇଲି ପୁଲିସ ପହଁଚି ପରିବାକୁ ଖବର ପଠାଇଥିଲା । ଯୁବତୀ ଜଣଙ୍କ ସୁସ୍ଥଥିଲେ ହେଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିସôିତ ଅଛି ।