ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍ୟାପିତ
ଭୁବନେଶ୍ୱର : ଧରଣୀଧର ବିଶ୍ୱବିଦ୍ୟାଳୟ ଅନୁକୂଲ୍ୟରେ ଅନୁଷ୍ଠିତ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଉଦ୍ୟାପିତ ହୋଇଯାଇଛି । ଉଦଯାପନୀ ଉସôବର ପୁରସ୍କାର ବିତରଣ ସଭାକୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତି ସଭାପତିତ୍ୱ କରିଥିଲେ । ସେ ତାଙ୍କ ଅଭିଭାଷଣରେ ଖେଳର ଏହି ସଫଳତା ପାଇଁ କେନ୍ଦୁଝର ବାସୀଙ୍କୁ କୃତଜ୍ଞତା ଜଣାଇବା ସହିତ ସମସ୍ତ ପ୍ରତିଯୋଗୀଙ୍କୁ ଖେଳ ଜୀବନର ସାଫଲ୍ୟ କାମନା କରିଥିଲେ । ମୁଖ୍ୟ ଅତିଥି ଭାବେ ଏହି ଉସôବରେ ଉପସ୍ଥିତ ଥିଲେ ଆନ୍ତର୍ଜାତୀୟ ଖେଳାଳୀ ଦୂତି ଚାନ୍ଦ । ସେ ଖେଳାଳିମାନଙ୍କୁ ନିଷ୍ଠା ଓ ଏକାଗ୍ରତା ରଖି କଠିନ ପରିଶ୍ରମ କରିବାକୁ ପ୍ରେରଣା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ନୋଡାଲ ଅଫିସର ଡକ୍ଟର ଦାମୋଦରୀ ସାହୁ ଓ କ୍ରୀଡା ପରିଷଦ ସମ୍ପାଦକ ବିଜୟ ଦାସା । ଅତିଥି ପରିଚୟ ପ୍ରଦାନ କରିଥିଲେ ଡ଼କ୍ଟର ସଂଗୀତା ସୁଶ୍ରୀ ନାୟକ । ଏହାପୂର୍ବରୁ ସକାଳେ ୫ଟି ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ପୁରୁଷ କ୍ରିକେଟ୍ ଫାଇନାଲ ମ୍ୟାଚ୍ ଉକôଳ ବିଶ୍ୱବିଦ୍ୟାଳୟ ସହିତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ହୋଇଥିଲା ଏଥିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଉକôଳ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା । ମହିଳା କ୍ରିକେଟ ମ୍ୟାଚ୍ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଫକୀର ମୋହନ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛି । ଖୋଖୋ ପୁରୁଷ ମ୍ୟାଚ୍ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରାସ୍ତ କରିଥିବା ବେଳେ ମହିଳା ମ୍ୟାଚ୍ରେ ଉକôଳ ବିଶ୍ୱବିଦ୍ୟାଳୟ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁପରାସ୍ତ କରିଛି । ସବୁଠାରୁ ଚିତ୍ତାକର୍ଷକ ମ୍ୟାଚ୍ ଥିଲା ପୁରୁଷ ହକି ଫାଇନାଲ ମ୍ୟାଚ୍ । ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ଉକôଳ ବିଶ୍ୱବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ବିଜୟୀ ଘୋଷଣା କରାଯାଇଛି । ଏହି ମ୍ୟାଚ୍ରେ ଉକôଳ ବିଶ୍ୱବିଦ୍ୟାଳୟର ଖେଳାଳିମାନେ ରେଫରି ସହିତ ବିଶୃଙ୍ଖଳିତ ଆଚରଣ କରିଥିବାରୁ ଟିମ୍କୁ ଦଣ୍ଡିତ କରାଯାଇଛି । ସମଗ୍ର କ୍ରୀଡା ପ୍ରତିଯୋଗିତାରେ ଉକôଳ ବିଶ୍ୱବିଦ୍ୟାଳୟ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା । ସମସ୍ତ ବିଜୟୀ ପ୍ରତିଯୋଗୀମାନଙ୍କୁ ଟ୍ରଫି, ମେଡାଲ ସହିତ ଅର୍ଥରାଶି ପୁରସ୍କାର ଆକାରରେ ପ୍ରଦାନ କରାଯାଇଥିଲା । ବିଶ୍ୱବିଦ୍ୟାଳୟର କୁଳସଚିବ ଡ଼କ୍ଟର ଶଶିକାନ୍ତ ଜେନା ଧନ୍ୟବାଦ ପ୍ରଦାନ କରିଥିବା ବେଳେ ଆଜି ସଭାକୁ ପରିଚାଳନା କରିଥଲେ ଡକ୍ଟର ଜୟଲକ୍ଷ୍ମୀ ମହାପାତ୍ର ।