ରଶି ଲଗାଇ ଯୁବକ ମୃତ
କୁଆଖିଆ : କୁଆଖିଆ ଥାନା ଅନ୍ତର୍ଗତ ଓଡିଶୋ ପଞ୍ଚାୟତ ବିଶ୍ୱନାଥପୁର ଗ୍ରାମରେ ପାରିବାରିକ କଳହରୁ ଜଣେ ଯୁବକଙ୍କ ମୃତୁ୍ୟ ଘଟିଥିବା ବେଳେ ଗୋଟିଏ ଦିନ ଅନ୍ତରରେ ଆଦମପୁର ଗ୍ରାମରେ ସମାନ ଧରଣର ମୃତୁ୍ୟ ଘଟଣା ଘଟିଯାଇଛି । ସୂଚନା ଅନୁଯାୟୀ ଏହି ଗ୍ରାମର ଅଭୟ ଦାଶଙ୍କ ପୁଅ ଅଶୋକ (୩୨) ଗୁରୁବାର ସନ୍ଧ୍ୟା ୭ଟା ମଧ୍ୟରେ ପାରିବାରିକ କଳହକୁ ନେଇ ଶୋଇବା ଘର ପଙ୍ଖାରେ ବେକରେ ବେଡ୍ ସିଟ୍ ଲଗେଇ ଝୁଲି ପଡିଥିଲେ । ଯାହା ଫଳରେ ତାର ମୃତୁ୍ୟ ଘଟିଥିଲା । ଘଟଣାକୁ ନେଇ ମୃତ ଅଶୋକର ସ୍ତ୍ରୀ କୁଆଖିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମୃତକଙ୍କ ଅଢ଼େଇ ବର୍ଷର ପୁଅଟିଏ ରହିଥିବା ଜଣାପଡିଛି ।