ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
ପାଣିକୋଇଲି: ପାଣିକୋଇଲି ଥାନା ଅନ୍ତର୍ଗତ ବଡ଼ବିରୁହାଁ ପଂଚାୟତରେ ଜଣେ ଯୁବକ ଆତ୍ମହତ୍ୟା କରିଛି । ଖବର ପାଇବା ପରେ ପାଣିକୋଇଲି ପୁଲିସ ଘଟଣାସ୍ଥଳରେ ପହଁଛି ତଦନ୍ତ ଆରମ୍ଭ କରିଛି । ପ୍ରକାଶଯେ ବଡ଼ବିରୁହାଁ ଗ୍ରାମର ପରମଶ୍ୱେର ସାହୁଙ୍କ ପୁଅ ବଳରାମ(୩୬) ଋଣଗ୍ରସ୍ତ ଓ ପାରିବାରିକ ଅଶାନ୍ତିକୁ ମାନସିକ ଚାପରେ ରହୁଥିଲେ । ତେବେ ସେ ଆଜି ସକାଳୁ ବିଲକୁ ଯାଇ ଅପରାହ୍ନ ପର୍ଯ୍ୟନ୍ତ ଫେରି ନଥିଲେ । ପରେ ଗ୍ରାମର କିଛି ଲୋକ ସେ ନିମବାହାଳି ନିକଟରେ ଏକ ବରଗଛରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପରିବାରକୁ ଖବର ଦେଇଥିଲେ । ଗ୍ରାମବାସୀଙ୍କ ଠାରୁ ଖବର ପାଇ ପୁଲିସ ପହଁଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।