ଦଉଡ଼ି ଦେଇ ଆତ୍ମହତ୍ୟା

 ଦେବଗଡ଼  : ଦେବଗଡ ଜିଲ୍ଲା ଲଇମୁରା ଥାନା ତଷର୍ଡା ଗ୍ରାମରେ ଶନିବାରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  । ଘର ଭିତର ସିଲିଂ ଫ୍ୟାନରେ ବିଦୁ୍ୟତ ତାର ଲଗାଇ ଝୁଲି ପଡିଲେ ଜଣେ ୫୫ ବର୍ଷର ବ୍ୟକ୍ତି  । ମୃତ ବ୍ୟକ୍ତି ଜଣକ ହେଲେ ତଷର୍ଡା ଗ୍ରାମର ଲଗ୍ନେଶ କିଣ୍ଡୋ (୫୧) ବୋଲି ଜଣାପଡିଛି  । ଲଗ୍ନେଶ ବିଭିନ୍ନ ସମୟରେ ମଦ୍ୟପାନ କରୁଥିବା ବେଳେ ପରିବାର ଲୋକ ବାରଣ କରୁଥିଲେ  । ଏହାକୁ ନେଇ ଲଗ୍ନେଶ ସହିତ ତାଙ୍କ ସ୍ତ୍ରୀ ଏବଂ ପରିବାର ଲୋକଙ୍କର କଥା କଟାକଟି ହେଉଥିଲା  । ଏହାକୁ କେନ୍ଦ୍ର କରି ଲଗ୍ନେଶ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅନୁମାନ କରୁଥିବା ପୁଲିସ ତଦନ୍ତ ବେଳେ ଜଣାପଡିଛି  । ତାଙ୍କ ସ୍ତ୍ରୀ ଘରକୁ ଆସିବା ପରେ ଲଗ୍ନେଶ ଘର ଭିତରେ ଥିବା ସିଲିଂ ଫ୍ୟାନରେ ଝୁଲୁଥିବା ଦେଖିବାକୁ ପାଇଥିଲେ  । ପରେ ତାଙ୍କୁ ଉଦ୍ଧାର କରି ଦେବଗଡ ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ମୃତକଙ୍କ ଝିଅ ଆଜି ଲଇମୁରା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ ୩/୨୫ରେ  ଏକ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି  ।