ଇଟାଭାଟି ମାଲିକଙ୍କ କବ୍ଜାରେ ଯାଜପୁର

 ଯାଜପୁର ସଦର:  ଯାଜପୁର ଏବେ ଇଟାଭାଟି ମାଲିକଙ୍କ କବଜାରେ । ଯାଜପୁର ବୈତରଣୀ ନଦୀ, ବୁଢା ନଦୀ କୂଳରୁ ମାଟି ଉଠାଇ ଇଟାଭାଟି ମାଲିକ ମାନେ ପ୍ରଚୁର ପରିମାଣରେ କଞ୍ଚା ଇଟା ତିଆରି କରିବା ସହିତ ବଡ଼ବଡ଼ ଇଟାଭାଟି ତିଆରି କରୁଛନ୍ତି । ହେଲେ ଜିଲା ପ୍ରଶାସନ ଏମାନଙ୍କ ପ୍ରତି କୈାଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନି । ଯାହା ଶୁଣିବାକୁ ମିଳେ ଜିଲା ପ୍ରଶାସନର ବଡ଼ବଡ଼ିଆ ଅଧିକାରୀ ବାବୁ ମାନଙ୍କ ହାତ ଏହି ବେଆଇନ ଇଟାଭାଟି ମାଲିକ ମାନଙ୍କ ମୁଣ୍ଡ ଉପରେ ଅଛି । ଏହି କଞ୍ଚା ଇଟାଭାଟି ଗୁଡ଼ିକ କୋଇଲା ମାଧ୍ୟମରେ ଅଗ୍ନି ସଂଯୋଗ କରାଯାଇ ପୋଡ଼ି ଦିଆଯାଏ । ଅଗ୍ନି ସଂଯୋଗ ପରେ ଏହି ବଡ଼ବଡ଼ ଇଟାଭାଟି ଗୁଡ଼ିକର ତାପମାତ୍ରା ଏତେ ପରିମାଣର ଉତାପ ବାୟୁମଣ୍ଡଳ ପ୍ରବେଶ କରେ ତାହା ପରିବେଶ ପାଇଁ ଭୟଙ୍କର ଅଟେ । ଓଡ଼ିଶା ସରକାରଙ୍କ ପାଣିପାଗ ବିଭାଗ ପୂର୍ବାନୁମାନ ବିଶେଷଜ୍ଞ ମାନଙ୍କ ମତାମତ ଆଗକୁ ଆହୁରି ତାପମାତ୍ରା ବଢିବା ସହିତ ବାୟୁମଣ୍ଡଳ ଉତପ୍ତ ରହିବ । ଏଥିନିମନ୍ତେ ଏଆରସି ପକ୍ଷରୁ ସମସ୍ତ ଜିଲାପାଳମାନଙ୍କୁ ସତର୍କ କରାଯାଇଛି । ଏହି ବେଆଇନ ଇଟାଭାଟି ଗୁଡ଼ିକ ଅଗ୍ନି ସଂଯୋଗ ପରେ ଯେଉଁ ଉତପ୍ତ ବାମ୍ଫ ସୃଷ୍ଟି ହେବ ତାହା ବାୟୁମଣ୍ଡଳକୁ ଆହୁରି ଉତପ୍ତ କରିବା ସହିତ ଜନଜୀବନ, ପଶୁ ପକ୍ଷୀ ମାନଙ୍କ ପାଇଁ ବହୁ ସମସ୍ୟା ଦେଖାଦେବ । ଏଥିପ୍ରତି ଜିଲା ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସହିତ ଏହି ବେଆଇନ ଇଟାଭାଟି ମାଲିକମାନଙ୍କୁ ସହଯୋଗ କରୁଥିବା ଅଧିକାରୀ ବାବୁ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସାଧାରଣରେ ଦାବି କରାଯାଇଛି ।