ଯୁବକଙ୍କ ଆତ୍ମହତ୍ୟା
ପାଣିକୋଇଲି: କୋରେଇ ବ୍ଲକ ଜହ୍ନା ପଞ୍ଚାୟତ ଫର୍ତିପୁର ଗ୍ରାମର ରବିନ୍ଦ୍ର ମଳିକଙ୍କ ପୁଅ ସୁଦାମ (୨୮)ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ପାଣିକୋଇଲି ପୁଲିସ ଶବ ଜବଦ କରି ଅପମୃତୁ୍ୟ ମାମଲା ରୁଜୁ କରିଛି । ସୁଦାମ ସବୁ ଦିନ ପରି ଘରେ ରାତ୍ରିରେ ଖାଇପିଇ ଶୋଇଥିଲା । ଆଜି ସକାଳୁ ଘରଲୋକ ଦେଖିବା ବେଳେକୁ ସେ ଫାନ୍ୟରେ ରଶି ଲଗାଇ ଝୁଲି ରହିଛି । ପରିବାର ପକ୍ଷରୁ ତାକୁ ଖୋଲାଯାଇ ଯାଜପୁର ରୋଡ କ୍ଷେତ୍ରୀୟ ଚିକିସôାଳୟରେ ଭର୍ତି କରାଯାଇଥିଲା । ମାତ୍ର ଡାକ୍ତର ତାକୁ ସେଠାରେ ମୃତ ଘୋଷଣା କରିଥିଲେ । ଏନେଇ ପାଣିକୋଇଲି ପୁଲିସକୁ ପରିବାର ପକ୍ଷରୁ ଜଣାଇବା ପରେ ଶଙ୍ଖଚିଲା ଫାଣ୍ଡି ଅଧିକାରୀ ଦେବେନ୍ଦ୍ର ମହାନ୍ତି ଡାକ୍ତରଖାନାରେ ପହଁଚିଥିଲେ । ସେଠାରେ ତାର ମୃତ ଶରୀରକୁ ପଞ୍ଚନାମା କରାଇ ବ୍ୟବଚ୍ଛ୍ୟେଦ ପାଇ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ହେଲେ ସୁଦାମର ମୃତୁ୍ୟ ରହସ୍ୟ ଏବେବି ଅସ୍ପଷ୍ଟ ରହିଛି ।
ବିଶିଷ୍ଟ ବ୍ୟବସାୟୀଙ୍କ ପରଲୋକ