ଯୁବ ବ୍ୟବସାୟୀଙ୍କ ଅକାଳ ବିୟୋଗ

 ଯାଜପୁର ଟାଉନ :  ଯାଜପୁର ପୌରାଞ୍ଚଳ ମହାବୀର ଛକର ବ୍ୟବସାୟୀ ସଦାନନ୍ଦ ବେହେରା (୫୦)ଙ୍କ ପରଲୋକ ଘଟିଛି । ସେ ବ୍ରେନ ଷ୍ଟୋକରେ ଗତ କିଛିଦିନ ହେବ କଟକ ବଡ଼ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ସେ ଦୀର୍ଘ ୩୫ ବର୍ଷ ହେବ ମହାବୀର ଛକରେ  ତେଜରାତି ଦୋକାନ କରିଥିଲେ । ସେ ଜଣେ ମେଳାପୀ, ପରୋପକାରୀ, ମିଷ୍ଟଭାଷୀ ବ୍ୟକ୍ତିତ୍ୱ ଥିଲେ । ତାଙ୍କ ଘର ବଖାଣପୁର ହୋଇଥିବା ବେଳେ ତାଙ୍କ ମର ଶରୀରକୁ ମହାବୀର ଛକରେ ଅଣାଯିବା ପରେ ସମସ୍ତ ଦୋକାନୀ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ବାରୁଣୀ ପଡ଼ିଆ ମହାଶ୍ମଶାନରେ ନିଆଯାଇ ଅନ୍ତିମ ସକ୍ରାର କରାଯାଇଥିଲା । ତାଙ୍କ ବିୟୋଗରେ ରବିବାର ମହାବୀର ଛକର ସମସ୍ତ ଦୋକାନ ଗୋଟିଏ ଦିନ ପାଇଁ ବନ୍ଦ ରହିଥିଲା ।