୧୦ ନୂଆ ଯୋଜନା କଲେ ମୋହନ, ଜାଣନ୍ତୁ କ’ଣ ?
Mohan Charan Majhi
ଅତିରିକ୍ତ ବଜେଟରେ ନୂଆ ପଦକ୍ଷେପ : ଅତିରିକ୍ତ ବଜେଟରେ ୧୦ଟି ନୂଆ ପଦକ୍ଷେପ ନିଆଯାଇଛି । ଧରତୀ ଆବା ଜନଜାତୀୟ ଗ୍ରାମ୍ୟ ଉତ୍କର୍ଷ ଯୋଜନା ପାଇଁ ୯୨ କୋଟି ଟଙ୍କା, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ସୁବିଧା ପାଇଁ ୨୬ କୋଟି, ନିର୍ବାଚନମଣ୍ଡଳୀ ୱାରୀ ଆବଣ୍ଟନ ସକାଶେ ୧୪୨ କୋଟି, ୨୨ ଆଇଟିଆଇରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ୧୩୦ କୋଟି ଓ ଅଗ୍ନିସେବା ଆଧୁନିକୀକରଣର ସମ୍ପ୍ରସାରଣ ନିମନ୍ତେ ୬୦ କୋଟିର ବ୍ୟୟ ଅଟକଳ ହୋଇଛି ।
ଏତଦ୍ବ୍ୟତୀତ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ସକାଶେ ୧୨୫ କୋଟି, ଶ୍ରୀମନ୍ଦିର ରତ୍ନଭଣ୍ଡାର ନିମନ୍ତେ ୫ କୋଟି, ପୁଲିସ୍ ପାଇଁ ମୋଟର ସାଇକେଲ କିଣିବା ନିମନ୍ତେ ୩୫ କୋଟି, ସିଏପିଏଫ ମୁତୟନ ପାଇଁ ୨୯୯ କୋଟି ଓ ପୋଲିସ ପ୍ରହରୀ ପାଇଁ ୬୪୯ ଯାନ ଭଡ଼ା ନିମନ୍ତେ ୧୬ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୨୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି । ସେଥିମଧ୍ୟରୁ ଗୃହ ବିଭାଗ ପାଇଁ ୧୩୫୨ କୋଟି ୪୨ ଲକ୍ଷ ଟଙ୍କା, ଅର୍ଥ ବିଭାଗ ନିମନ୍ତେ ୧୭୫୦ କୋଟି ଟଙ୍କା, ନିର୍ମାଣ ବିଭାଗ ପାଇଁ ୨୭୭ କୋଟି ଟଙ୍କା ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସକାଶେ ୧୧୧୩ କୋଟି ୭୮ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି ।
ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିମନ୍ତେ ୧୫୩୦ କୋଟି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପାଇଁ ୧ ହଜାର କୋଟି, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସକାଶେ ୨୨୧ କୋଟି, ଜଳସମ୍ପଦ ବିଭାଗ ନିମନ୍ତେ ୩୪୬ କୋଟି ୬୮ ଲକ୍ଷ ଟଙ୍କା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପାଇଁ ୨୬୫ କୋଟି ୩୧ ଲକ୍ଷ ଟଙ୍କା, ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ୪୧୩ କୋଟି ଟଙ୍କା, ଶକ୍ତି ବିଭାଗ ସକାଶେ ୧୦୩ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି । ଅପରପକ୍ଷରେ ମହିଳା ଓ ଶିଶୁ ବିଭାଗ ନିମନ୍ତେ ୧୨୩୦ କୋଟି, ଆଇଟି ପାଇଁ ୨୫୨ କୋଟି, ଉଚ୍ଚଶିକ୍ଷା ବିଭାଗ ସକାଶେ ୩୦୪ କୋଟି ୬୩ ଲକ୍ଷ ଟଙ୍କା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ନିମନ୍ତେ ୨୬୩ କୋଟି ଟଙ୍କା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପାଇଁ ୩୯୯ କୋଟି ୫୬ ଲକ୍ଷ ଟଙ୍କା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିମନ୍ତେ ୨୦୨ କୋଟି ୯୫ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି ।