"ମା ପାଇଁ ଗଛଟିଏ' କାର୍ଯ୍ୟକ୍ରମ
ରାଜନଗର : ରାଜନଗର ବ୍ଲକ ମହୁଲିଆ ପଞ୍ଚାୟତ ଅନ୍ତର୍ଗତ ନୀଳକଣ୍ଠେଶ୍ୱର ହାଇସ୍କୁଲ, ରାଜଗଡ଼-ବାଘତୈଳକ୍ଷ ଠାରେ ସ୍ୱେଚ୍ଛାସେବୀ ସଂଗଠନ ନେଚର୍ସ ଫ୍ରେଣ୍ଡ ପକ୍ଷରୁ ବିଶ୍ୱ ହେନ୍ତାଳ ଦିବସ ଅବସରରେ ଚାରରୋପଣ "ମା ପାଇଁ ଗଛଟିଏ ''କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ନିରାକାର ସ୍ୱାଇଁ, ନେଚର୍ସ ଫ୍ରେଣ୍ଡର କମୁ୍ୟନିଟି ଅର୍ଗାନାଇଜର ବସନ୍ତ କୁମାର ହାତି, ଜିଲ୍ଲା ସଂଯୋଜକ ଶଶଧର ସେଠି, ଶିକ୍ଷକ ନିରଞ୍ଜନ ସ୍ୱାଇଁ, ଶ୍ରୀକାନ୍ତ ସ୍ୱାଇଁ, ଅପୂର୍ବ ମିଳନ ରାଉଳ, ଉମାକାନ୍ତ ରାଉତ, ପ୍ରଦୀପ୍ତ ମିଶ୍ର, ମିହିର କୁମାର ରାଉତ, ପ୍ରଦୀପ କୁମାର ରାଉତ,ସ୍କୁଲ ପରିଚାଳନା କମିଟି ସଭାପତି ବୀରକିଶୋର ସାହୁଙ୍କ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗୋଟିଏ ଲେଖାଏଁ ଚାରା ରୋପଣ କରିଥିଲେ ।