ଭୋଟ୍ ଦେବା ପାଇଁ ଆସି ଅଂଶୁଘାତରେ ମହିଳା ଅସୁସ୍ଥ
 
                                ଭୋଟ୍ ଦେବାକୁ ଆସି ମହିଳା ଲାଇନ୍ରେ ଛିଡ଼ା ହୋଇଥିବା ବେଳେ ଅଂଶୁଘାତରେ ଅସୁସ୍ଥ ହୋଇ ତଳେ ପଡ଼ିଗଲେ । ଆଜି ଏପରି ଘଟଣା ବୌଦ୍ଧ ଜିଲ୍ଲାରେ ଘଟିଛି। ଅସୁସ୍ଥ ମହିଳାଙ୍କୁ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ବୌଦ୍ଧ ନିର୍ବାଚନମଣ୍ଡଳୀର କୃଷପାଲି ମତଦାନ କେନ୍ଦ୍ରକୁ ଭୋଟ୍ ଦେବା ପାଇଁ ଆସିଥିଲେ ସୁରୁବାଲି ସେଠୀ। ମତଦାନ ପାଇଁ ଲାଇନ୍ରେ ଛିଡ଼ା ହୋଇଥିବା ବେଳେ ସେ ତଳେ ପଡ଼ି ଯାଇଥିଲେ। ବୁଥ୍ରେ ନିୟୋଜିତ ଥିବା ଆଶା ଓ ପୁଲିସ କର୍ମଚାରୀମାନେ ତାଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ। ମାତ୍ର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନଘଟିବାରୁ ମେଡ଼ିକାଲ୍ ନେବା ପାଇଁ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଆମ୍ୱୁଲାନ୍ସ ଆସିବାରେ ବିଳମ୍ୱ କରିବାକୁ ଅସୁସ୍ଥ ମହିଳାଙ୍କୁ ପୁଲିସ ଗାଡିରେ ପୁରୁଣା କଟକ ମେଡ଼ିକାଲ୍ରେ ନିଆଯାଇଥିଲା। ଏବେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଅଂଶୁଘାତ ଯୋଗୁ ସେ ଅସୁସ୍ଥ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
 
 Rasmita Behera
                                    Rasmita Behera                                 
    
 
    
 
 
 
