ବିଭିନ୍ନ ସ୍ଥାନରେ ଜଳଛତ୍ର ଆରମ୍ଭ
ବୈତରଣୀ ରୋଡ : ପଣାସଂକ୍ରାନ୍ତିରୁ ବିଭିନ୍ନ ଅଂଚଳରେ ଜଳଛତ୍ର ଶୁଭାରମ୍ଭ ହୋଇଛି । କୋରେଇ ବ୍ଲକ ଅନ୍ତର୍ଗତ ବରୁଣ୍ଡେଇ ପଂଚାୟତ ଠାରେ ସରପଂଚ ଲିପ୍ସା ପରିଡ଼ା ଜଳଛତ୍ରର ଶୁଭାରମ୍ଭ କରିଥିଲେ । ପଂଚାୟତ ପକ୍ଷରୁ ଜଳଛତ୍ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ପଂଚାୟତ ନିର୍ବାହୀ ଅଧିକାରୀ ଅନୀଲ କୁମାର, ଏଡିଓ ଉମାକାନ୍ତ ବାରିକ ସହଯୋଗ କରିଥିଲେ । ସମିତିସଭ୍ୟ ରଶ୍ମିରଞ୍ଜନ ପରିଡ଼ା, ନାୟବ ସରପଂଚ ଗୋପାଳ ଜେନା, ହରିହର ସେନାପତି, ଉଦୟନାଥ ପରିଡ଼ା, ଆଲୋକ ମଲିକ, ସୁନନ୍ଦ୍ ପାତ୍ର, ନଟବର ମୁଦୁଲି, ବଇଲୋଚନ ପରିଡ଼ା, ନାରାୟଣ ସ୍ୱାଇଁ, ଭାଗବତ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ ।
ରଗଡି: କୋରେଇ ବ୍ଲକ ଅନ୍ଧାରୀ ପଂଚାୟତ ସୌଜନ୍ୟରୁ ପବିତ୍ର ପଣା ସଂକ୍ରାନ୍ତିରେ ଜଳଛତ୍ରର ଶୁଭାରମ୍ଭ ହୋଇଛି । ସ୍ଥାନୀୟ ସରପଂଚ ରାଜେନ୍ଦ୍ର କୁମାର ରାଉତରାୟ ଲୋକଙ୍କୁ ଦହି ସର୍ବତ ବଂଟନ କରି ଏହାର ଶୁଭାରମ୍ଭ କରିଥିଲେ । ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ଭଞ୍ଜ, ପଛିକୋଟ ପଂଚାୟତ ବିଜେଡି ସଭାପତି ଦିଲ୍ଲୀପ କୁମାର ସ୍ୱାଇଁ, ଅଜୟ କୁମାର ସ୍ୱାଇଁ ଓ ଶେଷଦେବ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।