ସୁରେନ୍ଦ୍ରନାଥ ବାନାର୍ଜୀ 


ସୁରେନ୍ଦ୍ରନାଥ ବାନାର୍ଜୀ ଜଣେ ପ୍ରସିଦ୍ଧ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ । ବ୍ରିଟିଶ ଶାସନ ସମୟରେ ସବୁଠୁ ପ୍ରଥମ ନେତାଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ । ସେ ଇଣ୍ଡିଆନ୍ ନ୍ୟାସନାଲ ଆସୋସିଏସନର ସ୍ଥାପନା କରିଥିଲେ । ଯାହାକି ଭାରତର ପ୍ରାରମ୍ଭିକ ରାଜନୈତିକ ସଂଗଠନ ମଧ୍ୟରୁ ଗୋଟିଏ ଥିଲେ । ପରେ ସେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ବରିଷ୍ଠ ନେତା ଥିଲା । ରାଷ୍ଟ୍ରଗୁରୁ ଉପନାମରେ ମଧ୍ୟ ସୁରେନ୍ଦ୍ରନାଥ ବେଶ ଜଣାଶୁଣା । କଂଗ୍ରେସର ଏଭଳି କିଛି ନରମପନ୍ଥୀ ନେତାଙ୍କ ମଧ୍ୟରେ ସେ ସାମିଲ ଥିଲେ, ଯେଉଁମାନେ ବ୍ରିଟିଶ ଶାସନର ସର୍ବଦା ବିରୋଧ କରିଥିଲେ ଏବଂ ଦେଶବାସୀଙ୍କ ହିତରେ କାମ କରିଥିଲେ । ଏଭଳି ଜଣେ ସ୍ୱାଧୀନଚେତା ମଣିଷ ୧୮୪୮ ମସିହା ନଭେମ୍ବର ୧୦ରେ କୋଲକାତାରେ ଜନ୍ମ ଗ୍ରହଣ କରିଥିଲେ । ପ୍ରାରମ୍ଭିକ ଶିକ୍ଷା ସମାପନ ପରେ କୋଲକାତା ବିଶ୍ୱବିଦ୍ୟାଳୟରେ ସ୍ନାତକ କରିଥିଲେ । ୧୮୬୯ରେ ସେ ଭାରତୀୟ ସିଭିଲ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । କିନ୍ତୁ ବୟସଜନିତ ବିବାଦକୁ ନେଇ ତାଙ୍କ ଚୟନ ରଦ୍ଦ କରାଯାଇଥିଲା । ନ୍ୟାୟାଳୟର ହସ୍ତକ୍ଷେପ ପରେ ସେ ପୁନଶ୍ଚ ୧୮୭୧ରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ସେ ସରକାରୀ ଚାକିରିରେ ଯୋଗଦେବା ପରେ ଅନେକଥର ବ୍ରିଟିଶ ପ୍ରଶାସନ ବିରୋଧର ଶିକାର ହୋଇଥିଲେ ।  ସୁରେନ୍ଦ୍ରନାଥ ଅନେକଥର ଦେଶବାସୀଙ୍କ ହିତ ପାଇଁ ଇଂରେଜ ହୁକୁମ ଉପରେ ଚାପ ପକାଇ ଆଇନରେ ପରିବର୍ତ୍ତନ ଆଣିବାକୁ ପ୍ରୟାସ କରିଥିଲେ । ଅନେକ ଦଶକ ପର୍ଯ୍ୟନ୍ତ ସେ ଇଂରେଜଙ୍କ ବିରୋଧରେ ଲଢ଼େଇ ଜାରି ରଖିଥିଲେ । ୧୯୨୫ ମସିହାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । 
ଡ.ଅରୁନ୍ଧତୀ ଦେବୀ
ମୋ : ୯୯୩୭୧୭୨୮୧୦