ଝାଳରୁ ପାଆନ୍ତୁ ମୁକ୍ତି, କରନ୍ତୁ ଏହି ଘରୋଇ ଉପଚାର

ଖରାଦିନେ ଝାଳ ବାହାରିବା ଏକ ସାଧାରଣ କଥା । କିନ୍ତୁ ଯେତେବେଳେ ଝାଳ ଦୁର୍ଗନ୍ଧ ବ୍ୟାପିବା ଆରମ୍ଭ କରେ, ସେତେବେଳେ ଏହା ଲଜ୍ଜାର କାରଣ ପାଲଟିଯାଏ । ଆପଣ ଯେତେ ପରଫ୍ୟୁମ୍ ଲଗାନ୍ତୁ ନା କାହିଁକି। ଆଜି ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଉପଚାର କହିବୁ, ଯାହା ଦ୍ୱାରା ଆପଣ ଝାଳର ଦୁର୍ଗନ୍ଧରୁ ମୁକ୍ତି ପାଇପାରିବେ । ଆସନ୍ତୁ ଜାଣିବା ଘରୋଇ ଉପଚାର ବିଷୟରେ ।
ଝାଳର ଦୁର୍ଗନ୍ଧରୁ ମୁକ୍ତି ପାଇବା ପାଇଁ ଆପଣ ଲେମ୍ବୁ ରସ ବ୍ୟବହାର କରିପାରିବେ, ଏଥିପାଇଁ ଗାଧୋଇବା ପାଣିରେ ଲେମ୍ବୁ ରସ ମିଶାଇବାକୁ ପଡିବ । ଏହା ଆଣ୍ଟିସେପ୍ଟିକ୍, ଯାହା ବ୍ୟାକ୍ଟେରିଆକୁ ମାରିବାରେ ସହାୟକ ହୋଇଥାଏ ଏବଂ ଝାଳର ଦୁର୍ଗନ୍ଧ କୁ କମ୍ କରିଥାଏ। ଏହାବ୍ୟତୀତ ଗାଧୋଇବା ପାଣିରେ ଆପଲ ସାଇଡର ଭିନେଗାର ମିଶାନ୍ତୁ କିମ୍ବା ଅଣ୍ଡରଆର୍ମରେ ସ୍ପ୍ରେ କରନ୍ତୁ। ଏଥିରେ ଆଣ୍ଟି-ବ୍ୟାକ୍ଟେରିଆଲ ଏବଂ ଆଣ୍ଟିଫଙ୍ଗଲ ଗୁଣ ରହିଛି, ଯାହା ଝାଳର ଦୁର୍ଗନ୍ଧରୁ ମୁକ୍ତି ଦେଇଥାଏ। ଚା’ ଗଛତେଲ ଝାଳର ଦୁର୍ଗନ୍ଧରୁ ମୁକ୍ତି ପାଇବାରେ ବହୁତ ସାହାଯ୍ୟ କରିଥାଏ।
ଝାଳର ଦୁର୍ଗନ୍ଧ ସୃଷ୍ଟି କରୁଥିବା ବ୍ୟାକ୍ଟେରିଆକୁ ମାରିବାରେ ଏହା ସହାୟକ ହୋଇଥାଏ। ଏସବୁ ବ୍ୟତୀତ କିଛି ଜିନିଷର ଯତ୍ନ ନେବା ଅତ୍ୟନ୍ତ ଜରୁରୀ । ପ୍ରତିଦିନ ଗାଧୋଇବା ଅଭ୍ୟାସ କରନ୍ତୁ, । ଏହି ସବୁ କଥାକୁ ଧ୍ୟାନରେ ରଖନ୍ତୁ