ଭାରତକୁ ମାଡ଼ିଆସୁଛି ଭୟଙ୍କର ବିପର୍ଯ୍ୟୟ! ଦେଖାଗଲା ସଙ୍କେତ

ଓରଫିସ ପରି ରହସ୍ୟମୟ ମାଛ ଆମକୁ ମନେ ପକାଇ ଦିଏ ଯେ ପ୍ରାକୃତିକ ଜଗତ ଏବେ ବି ଅନେକ ରହସ୍ୟରେ ପରିପୂର୍ଣ୍ଣ। ଓରଫିସ, ଯାହାର ବୈଜ୍ଞାନିକ ନାମ ରେଗାଲେକସ ଗ୍ଲେସ୍ନେ ଏହାକୁ ବିଶ୍ୱର ସବୁଠାରୁ ଲମ୍ବା ବୋନଫିସ୍ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଏହି ମାଛ ପ୍ରାୟତଃ ୨୦୦ ରୁ ୧,୦୦୦ ମିଟର ଗଭୀରତାରେ ରହିଥାଏ ଏବଂ ୩୦ ଫୁଟ ପର୍ଯ୍ୟନ୍ତ ଲମ୍ବା ହୋଇପାରେ। ଓରଫିସର ଶରୀର ଚମକଦାର ରୂପା ଏବଂ ରିବନ ପରି । ଏହାର ମୁଣ୍ଡ ଉପରେ ଏକ ଲାଲ ରଙ୍ଗର ଆସ୍ଥରଣ ଥାଏ। ଏହାର ସମୁଦ୍ର ତଟକୁକୁ ଆସିବାକୁ ଏକ ଅତ୍ୟନ୍ତ ବିରଳ ଘଟଣା ବୋଲି ବିବେଚନା କରାଯାଏ।
ତାମିଲନାଡୁର ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜୀବୀମାନେ ଏକ ବିଶାଳ ଓରଫିସ ଧରିଥିଲେ, ଯାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଏବଂ କୌତୁହଳ ସୃଷ୍ଟି କରିଥିଲା। ଏହାକୁ ଏକ ବିପର୍ଯ୍ୟୟକାରୀ ମାଛ ବୋଲି କୁହାଯାଇଥିଲା। ଓରଫିସର ଇତିହାସ ଅନେକ ପ୍ରାକୃତିକ ବିପର୍ଯ୍ୟୟ ସହିତ ଜଡିତ। ଏହାର ଆର୍ବିଭାବକୁ ଅନେକ ଥର ଭୂମିକମ୍ପ କିମ୍ବା ସୁନାମିର ପୂର୍ବନୁମାନ ଭାବରେ ଦେଖାଯାଇଛି।
ଜାପାନର ଫୁକୁସିମାରେ ୨୦୧୧ ଭୂମିକମ୍ପ ଏବଂ ସୁନାମି ପୂର୍ବରୁ କୂଳରେ ଅନେକ ଓରଫିସ ଦେଖାଯାଇଥିଲା। ମେକ୍ସିକୋରେ ଏକ ବଡ଼ ଭୂମିକମ୍ପ ପୂର୍ବରୁ ଓରଫିସ ସମୁଦ୍ରରେ ପହଁରୁଥିବାର ଦେଖାଯାଇଥିଲା। ୨୦୨୦ ମସିହାରେ ଫିଲିପାଇନ୍ସରେ ଦୁଇଟି ଓରଫିସ ଦେଖାଯାଇଥିଲା ଏବଂ କିଛି ଦିନ ପରେ ଏକ ଭୂମିକମ୍ପ ହୋଇଥିଲା। ଜାପାନୀ ପରମ୍ପରାରେ, ଓରଫିସକୁ ‘ରୟୁଗୁ ନୋ ସାକାନା’ ଅର୍ଥାତ୍ ‘ସମୁଦ୍ର ଦେବତାର ଦୂତ’ ବୋଲି ବିବେଚନା କରାଯାଏ। ଏହା ବିଶ୍ୱାସ କରାଯାଏ ଯେ, ଯେତେବେଳେ ଏହି ମାଛ ସମୁଦ୍ର ତଟକୁ ଆସେ, ଏହା ଭୂକମ୍ପୀୟ କାର୍ଯ୍ୟକଳାପକୁ ସୂଚିତ କରେ। ବିଜ୍ଞାନ ଏହି ଧାରଣାକୁ ଭିତ୍ତିହୀନ ବୋଲି ବିବେଚନା କରେ ଯେ. ଓରଫିସ ପ୍ରାକୃତିକ ବିପର୍ଯ୍ୟୟର ପୂର୍ବାନୁମାନ କରିପାରିବ। ସାମୁଦ୍ରିକ ଜୀବବିଜ୍ଞାନୀଙ୍କ ଅନୁସାରେ, ପାଣିର ତାପମାତ୍ରାରେ ପରିବର୍ତ୍ତନ ଯୋଗୁ ଓରଫିସ ସମୁଦ୍ର ତଟକୁ ଆସେ।