ନିଶା କାରବାରର ହବ ପାଲଟିଛି ତହସିଲ
ାା ପ୍ରଭାନୁ୍ୟଜ୍ ।ା ବ୍ୟାସନଗର : ବ୍ୟାସନଗରରେ ନିଶା କାରବାର ନିଦ ହଜେଇ ଦେବା ଭଳି ଚାଲିଛି । ପୈାରାଞ୍ଚଳର ୨୬ଗୋଟି ୱାର୍ଡ଼ରେ ନିଶା କାରବାର ବେଫିକର ଚାଲିଥିବା ବେଳେ ସାହୁ ମାର୍କେଟ ନିକଟରେ ଥିବା ବ୍ୟାସନଗର ତହସିଲର ନିଜସ୍ୱ ଜମି ନିଶା କାରବାରର ହବ ପାଲଟିଛି । ଏକରରୁ ଅଧିକ ଜମି ଖୋଲା ମେଲାରେ ପଡ଼ିଥିବାରୁ ନିଶା ବେପାରୀ ଏହି ସ୍ଥାନକୁ ସୁରକ୍ଷିତ ମଣି ସକାଳୁ ରାତି ଯାଏ ନିଶା କାରବାର ଚଲାଉଛନ୍ତି । ବିଭିନ୍ନ ସମୟରେ ଅବକାରୀ ବିଭାଗ ଚଢାଉ କରି କିଛିଟା ସଫଳ ପାଉଥିଲେ ହେଁ ତାହା କିନ୍ତୁ ଧର୍ମକୁ ଆଖିଠାର ପରି ହୋଇଛି । ତହସିଲ ଜମିକୁ ସୁରକ୍ଷିତ ରଖିବାରେ ଅସମର୍ଥତ ତହସିଲଦାର ଏକ୍ଷେତ୍ରରେ ନିଦ୍ରାରେ ରହିଛନ୍ତି । ନିଶା କାରବାରରେ ରୋକ ଲଗାଇବା ପୂର୍ବକ ନିଜସ୍ୱ ଜମିକୁ ଘେରାଇ ରଖିବାକୁ ତହସିଲ କର୍ତୁୁପକ୍ଷ ମନ ନବଳାଇବା ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଇଛି । ଗୋଟେ ପଟେ ତହସିଲ ଜମି ଜବରଦଖଲ କାରଣରୁ ସଂକୁଚିତ ହେଉଥିବା ବେଳେ ଅନ୍ୟପଟେ ନିଶା କାରବାର ପାଖ ପଡ଼ୋଶୀଙ୍କ ଚିନ୍ତାର କାରଣ ହୋଇପଡ଼ିଛି । ଏଖବର ତହସିଲ ପାଖରେ ଥିଲେ ହେଁ କର୍ତୁପକ୍ଷ କୈାଣସି ପଦକ୍ଷେପ ନେବାକୁ ଆଗଭର ହେଉନି । ତହସିଲ ଜମିକୁ କରାୟତ କରିିଥିବା ବ୍ୟକ୍ତି ବିଶେଷ ଭଡ଼ାସୂତ୍ରରେ ବ୍ୟବସାୟୀଙ୍କୁ ଦେଇ ମାସିକ ରୋଜଗାର କରୁଥିବା ବେଳେ ତହସିଲ ପକ୍ଷରୁ ଟଙ୍କାଟିଏ ରାଜସ୍ୱ ଆଦାୟ କାରାଯାଉନି । ବିଭିନ୍ନ ସମୟରେ ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ନାଗରିକ ତହସିଲ ଜମିକୁ ସୁରକ୍ଷିତ ରଖିବା ସହ ନିଶା କାରବାରରେ ଅଙ୍କୁଶ ଲଗାଇବାକୁ ଦାବି କରିଥିଲେ ତାହାର ପ୍ରଭାବ ତହସିଲଦାରଙ୍କ ଉପରେ ପଡ଼ୁନି । ସରକାରୀ ଜମିକୁ ସୁରକ୍ଷିତ ରଖିବାକୁ ଦାୟିତ୍ୱ ମୁଣ୍ଡାଇଥିବା ତହସିଲ କର୍ତୁପକ୍ଷ ନିଜ ଜମିକୁ ସୁରକ୍ଷିତ ରଖିବାରେ ଅସମର୍ଥ ପଛର କାରଣ କ’ଣ ତାହା ବୁଝାପଡ଼ୁନି । ତେବେ ଏସଂପର୍କରେ ଜାଣିବାକୁ ତହସିଲଦାରଙ୍କୁ ଯୋଗା ଯୋଗ କଲେ ସେ ଫୋନ ଉଠାଉ ନାହାନ୍ତି । ସୂଚନା ଥାଉକି ଡ଼ୋଲିପୁର ମୈାଜା ଅନ୍ତର୍ଗତ ସାହୁ ମାର୍କେଟରେ ରହିଛି ବ୍ୟାସନଗର ତହସଲର ୧ଏକରରୁ ଅଧିକ ଜମି । ଯୋଉଠି ତହସିଲ ପକ୍ଷରୁ ନିର୍ମାଣ ହୋଇଥିବା ଆଜବେଷ୍ଟ ଘର ରହିଛି । ତହସିଲ ଜମିକୁ ଦଲାଲ ଅଧଗୁଣ୍ଠେକୁ ୮ଲକ୍ଷରେ ବିକ୍ରି କରୁଥିବା ଖବର ପ୍ରକାଶ ପରେବି ତହସିଲଦାରଙ୍କ ନିଦ୍ରା ଭାଙ୍ଗୁନି । ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।