କଲେଜରେ ଟିସି ଫେରାଇଲେ ଛାତ୍ରଛାତ୍ରୀ
।ା ପ୍ରଭାନୁ୍ୟଜ ।ା ଧର୍ମଶାଳା: ଧର୍ମଶାଳା ବ୍ଲକ କୁମାରୀ ପଂଚାୟତ ଜାମୁବଣିଆସ୍ଥିତ ଜେନିଥ +୨ ଆବାସିକ ବିଦ୍ୟାଳୟରେ ଟିସି ଫେରାକୁ ନେଇ କଲେଜ କର୍ତୃପକ୍ଷଙ୍କ ଦ୍ୱାରା ଘଟଣାର ନିନ୍ଦା କରାଯିବା ସହ ଏନେଇ ଅବିଭାବକ, ଶିକ୍ଷକ ଓ ବରିଷ୍ଠ ପରମର୍ଶଦାତାଙ୍କୁ ନେଇ ଏକ ଆଲୋଚନା କରାଯାଇଛି । ସୂଚନା ମୁତାବକ ପାଠ ପଡା ଭଲ ହେଉ ନଥିବା ଅଭିଯୋଗ କରି ଏହି ଘରୋଇ କଲେଜରୁ ୫୩ଜଣ ଛାତୀଛାତୀ୍ର ସେମାନଙ୍କ ଟିସି ନେଇଯାଇଥିଲେ । କେତେକ ଖଳ ପ୍ରକୃତିର ଲୋକେ ମିଥ୍ୟା ଅପପ୍ରଚାର କରି କଲେଜକୁ ବଦନାମ କରୁଛନ୍ତି । ଯାହା ଫଳରେ ଛାତ୍ରୀଛାତ୍ରମାନେ କଲେଜରୁ ଟିସି ନେବା ପାଇଁ ଜିଦ ଧରିଥିଲେ । ଏବେ ଟିସି ନେଇଥିବା ଛାତ୍ରଛାତ୍ରୀ ଓ ଅବିଭାବକ ଭୁଲ ବୁଝିବା ପରେ କଲେଜକୁ ଟିସି ଫେରାଇ ଦେଇଥିବା କଲେଜ କର୍ତୃପକ୍ଷ ସୂଚନା ଦେଇଛନ୍ତି । ଆଜି ୬ଜଣ ଛାତୀଛାତ୍ରୀ ସେମାନଙ୍କ ଟିସି ଫେରାଇ ଦେଇଥିବା ବେଳେ ଆଗକୁ ଏହି ସଂଖ୍ୟା ବଡିବ ବୋଲି କୁହାଯାଉଛି ।