ଅନାସ୍ଥା ପ୍ରସ୍ତାବ ପରେ ଧର୍ମଶାଳା ରାଜନୀତି ଚଳଚଞ୍ଚଳ : ବ୍ଲକ୍ ଅଧ୍ୟକ୍ଷ ଦିପୁଙ୍କ ପାଇଁ ଶଙ୍ଖଭବନରେ ଜିତୁଙ୍କ କସରତ

 ଯାଜପୁର : ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ ଓରଫ ଦିପୁଙ୍କ ବିରୁଦ୍ଧରେ ସଂଖ୍ୟାଧିକ ପଞ୍ଚାୟତ ପ୍ରତିନିଧି ଅନାସ୍ଥା ଆଣିବା ପରେ ଧର୍ମଶାଳା ରାଜନୀତି ଚଳଚଞ୍ଚଳ ହୋଇପଡିଛି । ବ୍ଲକ୍ ଅଧ୍ୟକ୍ଷ ଦିପୁଙ୍କୁ ଗାଦିଚୁ୍ୟତ କରିବାକୁ ୬୦ରୁ ଅଧିକ ଜଣ ଏକାଠି ହୋଇଥିବା ବିଜେପି ଶିବିରରୁ କୁହାଯାଉଛି । ଯାହାର ସଂଖ୍ୟା ଆହୁରି ବଢିବ ବୋଲି ମଧ୍ୟ କୁହାଯାଉଛି । କିନ୍ତୁ ଅନାସ୍ଥା ଆସିବାର କୈାଣସି ଆଶଙ୍କା ଦେଖିବାକୁ ମିଳୁନଥିବା ବେଳେ, ବିଜେପି ପକ୍ଷରୁ ଏଭଳି ଉଦ୍ୟମ ପରେ ବିଜେଡ଼ି ହଡ଼ବଡ଼େଇ ଯାଇଛି । ଅନାସ୍ଥାକୁ ଭଣ୍ଡୁର କରିବାକୁ ପୂର୍ବତନ ବିଧାୟକ ତଥା ବ୍ଲକ ଅଧ୍ୟକ୍ଷ ଦିପୁଙ୍କ ଭାଇ ଜିତୁ ବା ପ୍ରଣବ ବଳବନ୍ତରାୟ ଗୋଟି ଚଳାଇବା ଆରମ୍ଭ କରିଛନ୍ତି । ଧର୍ମଶାଳାରେ ଭଣ୍ଡୁର ଗୋଟି ଚାଳନା ଭଣ୍ଡୁର ହେବାର ଆଶଙ୍କାରେ ଶଙ୍ଖଭବନରେ କରାଯାଉଛି । ସାଂଗଠନିକ ବୈଠକ ଆଳରେ ଭାଇ ଦିପୁଙ୍କ ବିରୁଦ୍ଧରେ ଅଣାଯାଇଥିବା ଅନାସସ୍ଥ୍ାକୁ କିଭଳି ଭଣ୍ଡୁର କରାଯିବ ସେନେଇ ମନ୍ତ୍ରଣା କରିଛନ୍ତି ଜିତୁ । ଆଜି ଶଙ୍ଖ ଭବନରେ ଧର୍ମଶାଳା ବିଜେଡ଼ି ସାଂଗଠନିକ ବୈଠକ କରାଯାଇଥିବା ବେଳେ ବୈଠକରେ ନିର୍ବାଚନ, ବ୍ଲକ, ଯୋନ ଏବଂ ପଂଚାୟତ ସ୍ତରରୁ କାର୍ଯ୍ୟକର୍ତା ଯୋଗ ଦେଇଥିଲେ । ଏହା ସହ ପୂର୍ବତନ ରସୁଲପୁର ବ୍ଲକ ଅଧ୍ୟକ୍ଷ, ଜିଲା ବିଜେଡ଼ି ସଭାପତି, ଦଳର ବରିଷ୍ଠ ନେତାଗଣ ଉପସ୍ଥିତ ରହିଥିଲେ ।
ଧର୍ମଶାଳା ବିଜେଡ଼ିକୁ କିଭଳି ସୁ-ସଂଗଠିତ କରାଯାଇପାରିବ, ସୋସିଆଲ ମିଡ଼ିଆକୁ କିଭଳି ପ୍ରଭାବୀ କରାଯାଇ ପାରିବ,ସେ ସଂପର୍କରେ ଆଲୋଚନା ହୋଇଥିଲେ । ତେବେ ବିଜେଡ଼ି ସଂଗଠନ ଆଳରେ ଜିତୁ ଭାଇ ଦିପୁଙ୍କ ଗାଦି ସୁରକ୍ଷା ପାଇଁ ପୁରାଦମରେ ଲାଗିପଡ଼ିଥିଲେ । ଉପସ୍ଥିତ ପଂଚାୟତ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ଯଦିଓ ବୈଠକ ସମ୍ପର୍କରେ କୈାଣସି ଖବର ହସ୍ତଗତ ହୋଇନି, କିନ୍ତୁ ବିଶ୍ୱସ୍ଥ ସୂତ୍ରରୁ ମିଳିଥିବା ଖବର ମତେ ସାଂଗଠନିକ ବୈଠକ ପରେ ବିଜେପି ପକ୍ଷରୁ କରାଯାଇଥିବା ଉଦ୍ୟମକୁ କିଭଳି ବିଫଳ କରିହେବ ସେନେଇ ପଞ୍ଚାୟତ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ ଜିତୁ । ବ୍ଲକ ଅଧ୍ୟକ୍ଷ ଗାଦିଚୁ୍ୟତ ହେଲେ ଜିତୁଙ୍କ ପାଇଁ ତାହା ରାଜନୈତିକ କ୍ଷତି ଘଟିବ ସେ ଏକଥାକୁ ଭଲ ଭାବେ ବୁଝିଛନ୍ତି । ସେଥିପାଇଁ ଧର୍ମଶାଳା ବଦଳରେ ଶଙ୍ଖ ଭବନକୁ ଉପଯୁକ୍ତ ସ୍ଥାନ ବୋଲି ଯେଭଳି ଚିହ୍ନଟ କଲେ ସେଭଳି ଭାବେ ବିଜେପିର ଅନାସ୍ଥାକୁ ଭଣ୍ଡୁର କରିବାକୁ କୈାଣସି ବି ପ୍ରକାର ପଦକ୍ଷେପ ନେବାକୁ ପ୍ରସ୍ତୁତ ଥିବା ସୂତ୍ରରୁ ଜଣାପଡିଛି । ଅନାସ୍ଥା କାଟଖାଇବା ପାଇଁ ଆବଶ୍ୟକ ସଂଖ୍ୟକ ପଞ୍ଚାୟତ ପ୍ରତିନିଧି ଅଛନ୍ତି କି ନାହିଁ, ତାହା କଳିବା ସହ ଆବଶ୍ୟକତା ପୂରଣ ପାଇଁ ଯୋଗାଯୋଗ ମଧ୍ୟ ଆରମ୍ଭ ହୋଇଯାଇଛି । ଅନ୍ୟପଟେ ବିଜେପି ଅନାସ୍ଥା ଆଣିବା ପରେ ସମର୍ଥକ ପଞ୍ଚାୟତ ପ୍ରତିନିଧି ଏବେ ଭ୍ରମଣରେ ରହିଛନ୍ତି । ଆସନ୍ତାକାଲି ଅନସ୍ଥାର ପ୍ରାରମ୍ଭିକ କାର୍ଯ୍ୟ ଦସ୍ତଖତ ଯାଂଚ ପରେ ଯାଇ କେଉଁଦିନ ଅନାସ୍ଥା ଭୋଟ ହେବ, ତାହା ଜଣାପଡ଼ିବ । ହେଲେ ଅନାସ୍ଥା ଆବେଦନ ପରଠୁ ଧର୍ମଶାଳାରେ ଯେଉଁ ଚର୍ଚାଟି ବେଶି ହେଉଛି, ତାହା ହେଲା, ନିର୍ବାଚନରେ ମାଟି କାମୁଡ଼ିଥିବା ଜିତୁ ବର୍ଷକ ପରେ ଭାଇ ନାମରେ ଯେଉଁ ପରୀକ୍ଷାର ସମ୍ମୁଖିନ ହେବାକୁ ଯାଉଛନ୍ତି, ସେଥିରେ ବିଧାୟକ ହିମାଂଶୁଙ୍କୁ ଟକ୍କର ଦେଇପାରିବ ତ? ତେବେ କ’ଣ ହେବ, ତାହାତ ସମୟ କହିବ, ହେଲେ ଗୋଟିଏ କଥା ସ୍ପଷ୍ଟ ଦୁଇ ଦୁଇ ଥର ଅଧ୍ୟକ୍ଷ ହୋଇଥିବା ଦିପୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବାର ୩ବର୍ଷ ପରେ ଅନାସ୍ଥା ଭଳି ପରୀକ୍ଷାର ସମ୍ମୁଖିନ ହେବାକୁ ଯାଉଛନ୍ତି । ଖବର ଥାଉକି ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ଭାବେ ପ୍ରଭାତ ବଳବନ୍ତରାୟଙ୍କ ସପକ୍ଷରେ ବ୍ଲକ୍ର ୪୫ଟି ପଞ୍ଚାୟତରୁ ୪୩ ଜଣ ସମିତିସଭ୍ୟଙ୍କ ସମର୍ଥନ ରହିଥିଲା । ଦିପୁ ୨୦୧୭ରେ ବ୍ଲକଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଭାଇ ଜିତଙ୍କ ପାଇଁ ଏହା କେବଳ ସମ୍ଭବ ହୋଇପାରିଥିଲା । ଅନାସ୍ଥା ଆସିବା ପରେ,ତାହା ଜିତୁଙ୍କ ପାଇଁ ହିଁ ସମ୍ମାନର ପ୍ରଶ୍ନ ହୋଇପଡିଛି । ଜିତୁ ଭାଇ ଦିପୁଙ୍କ ଗାଦିରକ୍ଷା କରିବାରେ ସକ୍ଷମ ହେଉଛନ୍ତି ନାଁ ଫେଲ ମାରୁଛନ୍ତି, ତାହା କେବଳ ଆଗକୁ ଦେଖିବାର ଅଛି ।