ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର; ଥାନାରେ ମାମଲା
।ା ପ୍ରଭାନୁ୍ୟଜ ।ା ସିଂହପୁର : ବିଞ୍ଝାରପୁର ବ୍ଲକ ରଣପୁର ପଞ୍ଚାୟତର ସରପଞ୍ଚ ରିୟଙ୍କା ଜେନାଙ୍କୁ କେତେକ ଅସାମାଜିକ ଯୁବକ ମିଳିତ ଭାବରେ ର୍ଦୁବ୍ୟବହାର କରିଥିବା ନେଇ ବିଞ୍ଝାରପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବଡ ରଣପୁର ସରପଞ୍ଚ ରିୟଙ୍କା ଜେନା ଗତ ଗୁରୁବାର କଣ୍ଡିପୁରସ୍ଥିତ କୂଳସାହି ନୋଡାଲ ୟୁପି ବିଦ୍ୟାଳୟ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀର ଅନ୍ତେବାସୀଙ୍କୁ ମଧ୍ୟାହ୍ନ ସମୟରେ ରନ୍ଧା ଖାଦ୍ୟ ବଣ୍ଟନ କରୁଥିବା ବେଳେ କଣ୍ଟିପୁର ଗ୍ରାମର ନରେନ୍ଦ୍ର ଜେନା, ଶଙ୍କର୍ଷଣ ଜେନା, ମକରା ଜେନା, କିଶୋର ଜେନା, କୈଳାସ ଜେନା ଅସାମାଜିକ ଯୁବକ ମିଳିତ ଭାବରେ ବିଦ୍ୟାଳୟର ପହଁଚି ରନ୍ଧା ଖାଦ୍ୟକୁ ଫୋପାଡିବା ସହିତ ତାଙ୍କୁ ଆଶ୍ରାଭ୍ୟ ଭାଷାରେ ଗାଳି କରିବା, ଟଣା ଓଟରା କରି ସୁନା ଚେନ ଚିଣ୍ଡାଇ ନେବା. ମୋବାଇଲ ଭାଙ୍ଗିବା ଓ ତାଙ୍କ ସହିତ ଥିବା ଲୋକ ମାନଙ୍କୁ ମାରପିଟ କରିଛନ୍ତି ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୁଲିସ କେଶ ନଂ ୫୮୬/୨୪ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।