ଶୀତଦିନେ ସ୍ନାୟୁପୀଡ଼ା
ଶୀତ ଋତୁରେ ବିଭିନ୍ନ ପ୍ରକାର ପୁରାତନ ବ୍ୟଥା ମୁଣ୍ଡ ଟେକେ । ଏହି ଋତୁରେ ସ୍ନାୟୁ ସହିତ ଜଡ଼ିତ ବିଭିନ୍ନ ରୋଗ, ଗଣ୍ଠି-ମାଂସପେଶୀ ଦରଜ ଆଦି ହୋଇଥାଏ । କୌଣସି ପୁରୁଣା ଆଘାତ ଯାହାକି ପୂର୍ବରୁ ଠିକ୍ ହୋଇଯାଇଥାଏ । ତାହା ମଧ୍ୟ ପୁଣି ବାହାରେ । କେବଳ ବୟସ୍କଲୋକ ନୁହଁନ୍ତି, ଯୁବକ, ଯୁବତୀମାନେ ଏ ପ୍ରକାର ସମସ୍ୟା ଭୋଗିଥାନ୍ତି । ରକ୍ତଚାପ, ଉଚ୍ଚ କୋଲେଷ୍ଟ୍ରଲ ଏବଂ ଡାଇବେଟିସ୍ ରୋଗୀଙ୍କ ଠାରେ ଏ ପ୍ରକାର ରୋଗର ଆଶଙ୍କାବେଶୀ । ପୁରୁଷଙ୍କ ତୁଳନାରେ ମହିଳାଙ୍କ କ୍ଷେତ୍ରରେ ଗଣ୍ଠି ମାଂସପେଶୀ ବ୍ୟଥାର ଭୟ ୪୦ ପ୍ରତିଶତ ଅଧିକ । ସ୍ନାୟୁ ସହିତ ଜଡ଼ିତ ବ୍ୟଥା ନୁ୍ୟରୋପାଥିକ ପେନ୍ ଭାବରେ ପରିଚିତ । ଏହା ଯେ କୌଣସି ବୟସର ବ୍ୟକ୍ତିଙ୍କୁ ହୋଇଥାଏ । ଏଥିରେ ସାଇଟିକା, ଡାଇବେଟିସ୍, କ୍ୟାନସର ସଂକ୍ରାନ୍ତ ସ୍ନାୟୁ ବ୍ୟଥା, ମୁହଁ ଦରଜ, ମାଇଗ୍ରେନ, ଷ୍ଟ୍ରୋକ୍, ସ୍ପାଇନାଲ କୋର୍ଡ଼ ଇଂଜୁରୀ, କୌଣସି ଦୁର୍ଘଟଣା ଆହତ ଆଦି ସାମିଲ । ଅପରେସନ ପରେ ଦେହରେ ଯେଉଁ କଟାଦାଗ ରହିଯାଏ ତାହା ମଧ୍ୟ ବ୍ୟଥାର କାରଣ ସାଜିଥାଏ । କୌଣସି ମହିଳାଙ୍କର ସିଜେରିଆନ ଅସ୍ତ୍ରୋପଚାର ପରେ ଯେଉଁ କଟାଦାଗ ରହେ ତାହା ମଧ୍ୟ ବ୍ୟଥାର କାରଣ ହୋଇଥାଏ । ତେବେ ସମସ୍ତଙ୍କ ଠାରେ ଯେ ଏପରି ବ୍ୟଥା ହେବ ତାହା ନୁହେଁ, ବିଶେଷକରି ଅସ୍ତ୍ରୋପଚାର ପରେ ଯେଉଁମାନଙ୍କର କିଛି କ୍ଷତି ଘଟିଥାଏ ସେମାନଙ୍କ କ୍ଷେତ୍ରରେ ଏପରି ବ୍ୟଥାର ଆଶଙ୍କା ଅଧିକ । ଶୀତ ବଢ଼ିବା ସହିତ ଶରୀରରେ ରକ୍ତ ଯୋଗାଉଥିବା ସ୍ନାୟୁ ସଂକୁଚିତ ହୋଇଯାଏ । ଫଳରେ ଦେହରେ ଠିକ୍ ଭାବରେ ରକ୍ତ ସଂଚାର ହୋଇପାରେ ନାହିଁ ଏବଂ ବିଭିନ୍ନ ପ୍ରକାର ବ୍ୟଥା ବୃଦ୍ଧି ପାଏ । ନୁ୍ୟରୋପାଥିକ ବ୍ୟଥା ଫଳରେ ରୋଗୀ ଶରୀର କୌଣସି ଅଂଶ କୁଣ୍ଡାଇ ହେବା, ଜ୍ୱାଳା ଅନୁଭୂତ ହେବା, ଛୁରୀ ମାରିଲା ଭଳି ଦରଜ, ବିଦୁ୍ୟତ୍ ସକ୍ ଲାଗିବା ପରି ଜଣାପଡ଼ିଥାଏ ।
ଏଥିରେ ଯେଉଁ ସ୍ନାୟୁ ଅଧିକ ସକ୍ରିୟ ଜଣାପଡ଼େ ତାହାକୁ ଅସ୍ଥାୟୀ ଭାବରେ ବ୍ଲକ୍ କରିଦିଆଯାଏ । ବ୍ଲକ କରିବା ପାଇଁ ସେହି ସ୍ନାୟୁରେ ଇଞ୍ଜେକସନ୍ ମଧ୍ୟ ଦିଆଯାଏ । ଫଳରେ ବ୍ୟଥା କମ୍ ଜଣାପଡ଼େ । ଖରା ବଢ଼ିଲେ ଏହି ସ୍ନାୟୁ ୩/୪ ମାସ ଭିତରେ ରିଜେନେଭେଟ୍ ହୋଇଥାଏ । ସେହିଠାରୁ ରକ୍ତ ସ୍ନାୟୁ ଆପେ ଆପେ ଠିକ୍ ହେବା ଆରମ୍ଭ ହୁଏ । ସାଇଟିକା କିମ୍ବା ସ୍ପାଇନାଲ କର୍ଡ଼ ସମସ୍ୟା ଯାହା ହେଉନା କାହିଁକି ଏସବୁଥିରେ ଇଞ୍ଜେକସନ୍ ନେବାକୁ ପଡ଼ିଥାଏ । ଷ୍ଟ୍ରୋକ୍ ହେଉଥିଲେ ଔଷଧ ମାଧ୍ୟମରେ ଏହାର ଚିକିତ୍ସା କରାଯାଏ । ଏହା ସାଙ୍ଗକୁ ଫିଜିଓ ଥେରାପି କରିବାକୁ ପଡ଼େ । ଇଞ୍ଜେକସନ୍ ମଧ୍ୟ ଦିଆଯାଏ । ମୁହଁ ଦରଜ ଏଥିରେ ମୁହଁର ଏକ ସ୍ଥାନରେ ବିଦୁ୍ୟତ୍ କରେଣ୍ଟ ମାରିଲା ପରି ବ୍ୟଥା ଅନୁଭୂତ ହୁଏ ଏବଂ ଏକ ମିନିଟ୍ ଦୁଇ ମିନିଟ୍ ପର୍ଯ୍ୟନ୍ତ ଜଣାପଡ଼େ । ଏହା ବିଶେଷ କରି ଗାଲ ଭିତରେ ଅନୁଭୂତ ହୁଏ ଏବଂ କିଛି ଦିନ, ସପ୍ତାହ କିମ୍ବା ମାସ ପର୍ଯ୍ୟନ୍ତ ବଜାୟ ରହେ । ପୁଣି ହଠାତ୍ କିଛି ମାସ-ବର୍ଷ ଆରମ୍ଭ ହୋଇ କ୍ରମଶଃ ବଢ଼େ ଏବଂ ଗାଲର ସଂସ୍ପର୍ଶରେ କୌଣସି ଜିନିଷ ଆସିଲେ ବିଶେଷ କରି ଖିଅର ହେବା, ମୁହଁ ଧୋଇବା, ମେକଅପ୍ ଲଗାଇବା ସମୟରେ ବଢ଼ିଥାଏ । ବ୍ରଶ କରିବା, ଖାଇବାପିଇବା, କଥା କହିବା ଏବଂ ବାୟୁ ସଂସ୍ପର୍ଶରେ ଆସିଲେ ମଧ୍ୟ ଏ ପ୍ରକାର ବ୍ୟଥା ବଢ଼ାଇଥାଏ । ଯେ କୌଣସି ଏ ପ୍ରକାର ବ୍ୟଥା ଅନୁଭୂତ ହୋଇଥାଏ । ତେବେ ୫୦ରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ଏ ପ୍ରକାର ବ୍ୟଥାର ଆଶଙ୍କା ବେଶୀ । ପୁରୁଷଙ୍କ ତୁଳନାରେ ମହିଳାମାନେ ଏ ପ୍ରକାର ବ୍ୟଥା ଅଧିକ ଅନୁଭୂତ କରିଥାନ୍ତି । ଟ୍ରିଜେମିନାଲ୍ ସ୍ନାୟୁ ଦବିଯିବା ଫଳରେ ଏ ପ୍ରକାର ବ୍ୟଥା ହୋଇଥାଏ ।
ଏ ପ୍ରକାର ରୋଗୀ ଭିଟାମିନ୍ ବି, ଖାଇବା ଜରୁରି । ସବୁଜ ପନିପରିବା, କଦଳୀ, ଅମୃତଭଣ୍ଡା ଇତ୍ୟାଦି ଖାଦ୍ୟରେ ସାମିଲ କରିବା ଉଚିତ । ଏହାଛଡ଼ା ସୁପ୍, ଆମିଷ, ଆଦି ଖାଇଲେ ଶରୀରକୁ ଉଷ୍ମତା ମିଳିଥାଏ । ଶୀତଦିନ ସ୍ନାୟୁକୁ ଥଣ୍ଡା ଠାରୁ ସୁରକ୍ଷିତ ରଖିବା ଉଚିତ । ଯେଉଁମାନଙ୍କର ସ୍ନାୟୁ ଦୁର୍ବଳ ସେମାନେ ବାଇକ୍ ଚଳାଇବା ସମୟରେ ନିଜ ମୁଣ୍ଡ, ମୁହଁ ଏବଂ କାନକୁ ସମୟରେ ନିଜ ମୁଣ୍ଡ, ମୁହଁ ଏବଂ କାନକୁ ଗରମ କପଡ଼ାରେ ଘୋଡ଼ାଇ ରଖିବା ଆବଶ୍ୟକ । ନଚେତ୍ ଥଣ୍ଡା ପବନ ବାଜି ସ୍ନାୟୁ ପ୍ରଭାବିତ ହେବାର ଆଶଙ୍କା ଥାଏ ।
ଡା.ଗୁରୁପଦ ମିଶ୍ର