ଝାରସୁଗୁଡାରେ ତାପମାତ୍ରା ୪୧ଡିଗ୍ରୀ

ଦିନକୁ ଦିନ ବଢି ଚାଲିଛି ତାପମାତ୍ରା । ହନ୍ତସନ୍ତ ହେଉଛନ୍ତି ଲୋକେ । ଖରାରେ ଘରୁ ବାହାରିବା ବି ମୁସକିଲ ହୋଇ ପଡିଲାଣି । ଗତ ଦୁଇଦିନ ତଳେ ପାଗରେ ପରିବର୍ତ୍ତନ ଆସିବ ସହିତ ତାପମାତ୍ରା ମଧ୍ୟ ନିୟନ୍ତ୍ରଣରେ ଥିଲା । ବର୍ଷା ମଧ୍ୟ ହୋଇଥିଲା । ଜନବସତି ସାମାନ୍ୟ ଆଶ୍ୱସ୍ଥି ଲାଭ କରିଥଇଲେ । ମାତ୍ର ଆଜି ରାଜ୍ୟରେ ତାପମାତ୍ରା ପୁଣି ବୃଦ୍ଧି ଘଟିଛି । ଝାରସୁଗୁଡାରେ ପାରଦ ଉପରମୁହାଁ ହୋଇଛି । ତାପମାତ୍ରା ଏତେ ବୃଦ୍ଧି ପାଇଛି ଯେ ଦିନ ସାଢେ ୧୧ଟା ସୁଦ୍ଧା ୪୧ଡିଗ୍ରୀ ଛୁଇଁଛି । ହୀରାକୁଦରେ ୩୮.୪, ସମ୍ବଲପୁରରେ ୩୮.୨ଡିଗ୍ରୀ ରହିଛି । ଏଡାଛଡା ରାଉଲକେଲାରେ ତାପମାତ୍ରା ୩୮ଡିଗ୍ରୀରେ ପହଞ୍ଚିଛି ।