ମହାବିଦ୍ୟାଳୟର ପରୀକ୍ଷା ଫଳ ପ୍ରକାଶିତ : ଆରାଧନା ନାୟକ ଶ୍ରେଷ୍ଠ ଗ୍ରାଜୁଏଟ
ସାଲେପୁର : ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷା ଫଳ ପ୍ରକାଶ ପାଇଛି । ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ କଲେଜର ଅଧ୍ୟକ୍ଷ ଡଃ ସଂଗୀତା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ । ଚଳିତ ବର୍ଷ ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟରେ କଳା, ବିଜ୍ଞାନ ଓ ବାଣିଜ୍ୟର ଛାତ୍ରଛାତ୍ରୀମାନେ ଆଶାନୁରୂପ ସଫଳତା ହାସଲ କରିଛନ୍ତି । କଳାରେ ତସ୍କିନ୍ ଫାତେମା, ବିଜ୍ଞାନରେ ଆରାଧନା ନାୟକ ଓ ବାଣିଜ୍ୟରେ ରାଜଶ୍ରୀ ସାହୁ କଲେଜ ଟପ୍ପର ହୋଇଥିବା ବେଳେ ବେଷ୍ଟ ଗ୍ରାଜୁଏଟ୍ ଭାବେ ଆରାଧନା ନାୟକ ମହାବିଦ୍ୟାଳୟର ଗୌରବ ବଢ଼ାଇଛନ୍ତି । ଚଳିତ ବର୍ଷ ଯୁକ୍ତ ତିନି କଳାରେ ୨୧୩ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୨୦୬ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବାବେଳେ ୭ଜଣ ଫେଲ ହୋଇଥିବା ଜଣାଯାଇଛି । ଯୁକ୍ତ ତିନି କଳା ବିଭାଗରେ ଅର୍ଥନୀତି ସମ୍ମାନରେ ତସ୍କିନ୍ ବେଗମ୍, ଶିକ୍ଷା ସମ୍ମାନରେ ତସ୍କିନ୍ ଫାତମା, ଇଂରାଜୀରେ ଦେବୀସ୍ମିତା ସ୍ୱାଇଁ, ଇତିହାସରେ ଗାୟତ୍ରୀ ବଳବନ୍ତରାୟ, ଗୃହବିଜ୍ଞାନରେ ସୁଭଦ୍ରା ସେନାପତି, ଓଡ଼ିଆରେ ଅଲିଭା ପୃଷ୍ଟି, ଦର୍ଶନରେ ଅନନ୍ୟା ପଣ୍ଡା, ରାଜନୀତି ବିଜ୍ଞାନ ସମ୍ମାନରେ ଯୁଗ୍ମ ଭାବେ ପ୍ରତ୍ୟାଶା ପ୍ରିୟଦର୍ଶିନୀ ଓ କିରଣଜ୍ୟୋତି ପରିଡ଼ା, ସଂସ୍କୃତ ସମ୍ମାନରେ ପ୍ରୀତିପ୍ରିୟା ଭୋଇ, ସମାଜଶାସ୍ତ୍ର ସମ୍ମାନରେ ରୋଜାଲି ପ୍ରିୟଦର୍ଶିନୀ ସାହୁ ଟପ୍ପର ହୋଇଛନ୍ତି । ସେହିପରି ବିଜ୍ଞାନରେ ୨୧୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୨୦୯ ପାସ୍ ହୋଇଥିବାବେଳେ ୩ଜଣ ଫେଲ୍ ହୋଇଛନ୍ତି ।
ବିଜ୍ଞାନ ବିଭାଗରେ ଉଦ୍ଭିଦ ବିଜ୍ଞାନ ସମ୍ମାନରେ ଆରାଧନା ନାୟକ, ରସାୟନ ବିଜ୍ଞାନରେ ଚିନ୍ମୟୀ ସିଂହ, ଗଣିତରେ ପ୍ରଜ୍ଞାପରମିତା ପ୍ରଧାନ, ପଦାର୍ଥ ବିଜ୍ଞାନ ସମ୍ମାନରେ ସୌମ୍ୟରଂଜନ ବେହେରା, ପରିସଂଖ୍ୟାନ ସମ୍ମାନରେ ପ୍ରଜ୍ଞା ଗାୟତ୍ରୀ ଓ ପ୍ରାଣୀବିଜ୍ଞାନ ସମ୍ମାନରେ ଏମ୍.ଆର ଜଗନ୍ନାଥ ଟପ୍ପର ହୋଇଛନ୍ତି । ସେହିପରି ବାଣିଜ୍ୟରେ ୧୫୧ଜଣ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୬୮ଜଣ ଛାତ୍ରଛାତ୍ରୀ ୬୦ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବାବେଳେ ପାସ୍ ହାର ୯୪.୦୪ପ୍ରତିଶତ ରହିଥିବା ବେଳେ ରାଜଶ୍ରୀ ସାହୁ ଟପ୍ପର ହୋଇଥିବା ଜଣାଯାଇଛି । ସେହିପରି ବିସିଏରେ ୩୦ଜଣ ପରୀକ୍ଷା ଦେଇଥିବାବେଳେ ୨୯ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ସେହିପରି ସ୍ନାତକୋତ୍ତର ଶିକ୍ଷା, ଓଡ଼ିଆ, ସଂସ୍କୃତ, ରସାୟନ ବିଜ୍ଞାନ, ଏମ୍ଏସ୍ଡବ୍ଲୁ ଓ କମର୍ସରେ ଶତପ୍ରତିଶତ ଛାତ୍ରଛାତ୍ରୀ ସଫଳତା ହାସଲ କରିଥିବାବେଳେ ଗଣିତରେ ପାସ୍ ହାର ୯୫ପ୍ରତିଶତ ରହିଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଲକ୍ଷ୍ମୀପ୍ରିୟା ଦାଶ, ପ୍ରଶାସନିକ ଅଧିକାରୀ ନିରଂଜନ ବିଶ୍ୱାଳ, ପରିଚାଳନା କମିଟିର ପୂର୍ବତନ ସଭାପତି ମନୋରଂଜନ ଦାଶ, ପୂର୍ବତନ ପାରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ଜେନା, ପରିଚାଳନା କମିଟିର ପୂବର୍ତନ ସଦସ୍ୟ ନବ କିଶୋର କର ପ୍ରମୁଖ ଉପସ୍ଥିତ ଥିବାବେଳେ ଏହି କାର୍ଯ୍ୟକ୍ରମକୁ ସଂଜୟ ନାୟକ, ସୁଜିତ୍ ଶତପଥିଙ୍କ ସମେତ ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ବହୁ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା