ଶିକ୍ଷକ କି ଯେତେ ବଡ଼ ଲୋକ ହୁଅନ୍ତୁ, ଦଣ୍ତ ମିଳିବ : ଗଣଶିକ୍ଷା ମନ୍ତ୍ରୀ

ଶିକ୍ଷକ କି ଯେତେ ବଡ଼ ଲୋକ ହୁଅନ୍ତୁ,  ଦଣ୍ତ ମିଳିବ : ଗଣଶିକ୍ଷା ମନ୍ତ୍ରୀ

ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ପ୍ରତିକ୍ରିୟା ରଖିଲେ । କହିଛନ୍ତି , ଯେଉଁମାନେ ବ୍ୟତିକ୍ରମରେ ସାମିଲ ଅଛନ୍ତି, ସେମାନଙ୍କ ବିରୋଧ ତଦନ୍ତ କରି ଗିରଫ କ୍ରାଇମବ୍ରାଞ୍ଚ କରିଛି । ଯେତେବଡ଼ ଲୋକ ହେଲେ ବି କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହେବ । ଏହି ଘଟଣାରେ ଅଧିକ ତଦନ୍ତ ଚାଲିଛି । ଆଗାମୀ ଦିନରେ କେମିତି ସ୍ୱଚ୍ଛତାର ସହ ପରୀକ୍ଷା ହେବ, ଆଲୋଚନା କରି ଶୀଘ୍ର ପରୀକ୍ଷା ତାରିଖ ବିଜ୍ଞପ୍ତି ବାହାର କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଯେଉଁ ଶିକ୍ଷକ ସ୍ୱଚ୍ଛତା ସହ ପରୀକ୍ଷା ଦେଇଥାନ୍ତେ, ସେହି ଶିକ୍ଷକ ସମାଜ ପ୍ରତି ଅନ୍ୟାୟ ହୋଇଛି । ଦଣ୍ଡ ମିଳିବ, NCT ଗାଇଡ଼ଲାଇନ ଅନୁସାରେ ପରୀକ୍ଷା ହେଉଛି । ୨୦୧୧ ପୂର୍ବରୁ ଯେଉଁମାନେ ଶିକ୍ଷକ ହୋଇଛନ୍ତି, ସେମାନଙ୍କୁ OTET ର ଆବଶ୍ୟକ ନଥିବା ବିଜ୍ଞପ୍ତି ବାହାରିଥିଲା । ହେଲେ NCT ନିୟମ କଲା ପରୀକ୍ଷା କରିବା ପାଇଁ । ତେଣୁ ସ୍ପେସିଆଲ OTET କରାଯାଉଛି । OTET ନଥିବାରୁ ଶିକ୍ଷକମାନଙ୍କ ପଦୋନ୍ନତିରେ ଅସୁବିଧା ହେଉଛି ।