ବିଡିଓଙ୍କୁ ଦାବିପତ୍ର
ଖଇରା : ଓଡିଶା କ୍ଷେତ ମଜଦୂର ୟୁନିଅନ ବାଲେଶ୍ୱର ଜିଲ୍ଲା ଖଇରା ଶାଖା ପକ୍ଷରୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦେ୍ଦଶ୍ୟରେ ବିଡିଓ ନାରାୟଣ ସାହୁଙ୍କୁ ପ୍ରଦାନ କରାଯାଇଛି । ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ପ୍ରଦାନ, ଗ୍ରାମାଞ୍ଚଳରେ ସମସ୍ତ ଶ୍ରମିକ ପରିବାରଙ୍କୁ ଘରଢିଅ ଓ ବାସଗୃହ ପ୍ରଦାନ, ୩ଶହ ୟୁନିଟ ମାଗଣା ବିଦୁ୍ୟତ,ଭାଗଚାଷୀ ମାନଙ୍କୁ ସରକାରୀ ସହାୟତା, ଗ୍ୟାସ ଓ ତୈଳଦର ହ୍ରାସ, ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା ୩ ହଜାରକୁ ବୃଦ୍ଧି କରିବା ଭଳି ୧୦ ଦଫା ଦାବି ପୂରଣ ଉପରେ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଛି । ସଂଘର ସମ୍ପାଦକ ଭଗବାନ ଦାସ, ପ୍ରଶାନ୍ତ ବାରିକ, ବିଜୟ କୁମାର ମହାପାତ୍ର, ଜଗତାନନ୍ଦ ମହାପାତ୍ର, ରବିନ୍ଦ୍ର କୁମାର ସାହୁ, ବରେନ୍ଦ୍ର ନାୟକ, ସୁଧିର କୁମାର ସାହୁ, ଗୟାଧର ସାହୁ, ବସନ୍ତ କୁମାର ମାଝୀ, ରବିନ୍ଦ୍ର କୁମାର ବିଶ୍ୱାଳ ଓ ଚିନ୍ତାମଣି ସେଠୀ ପ୍ରମୁଖ ଏହି ଦାବି ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।