ବସରୁ ମୋବାଇଲ ଚୋରି କରି ଜଣେ ଗିରଫ

ବସରୁ ମୋବାଇଲ ଚୋରି କରି ଜଣେ ଗିରଫ

ଭୁବନେଶ୍ୱର:  ବସ୍‌ରୁ ଡ୍ରାଇଭରଙ୍କ ମୋବାଇଲ ଚୋରି କରିବା ଅଭିଯୋଗରେ ଭରତପୁର ଥାନା ପୁଲିସ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ଖଣ୍ଡଗିରି ସୁବାଶନଗର ବସ୍ତିିରେ ରହୁଥିବା  ସୁକାନ୍ତ ମହାରଣା । ପୁଲିସ ଏନେଇ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଆଶିଷ କୁମାର ବେହରା ପେଷାରେ ଜଣେ ବସ ଡ୍ରାଇଭର । ଗତ ତା ୦୭.୦୪.୨୦୨୪ ରିଖ ଅପରାହ୍ନ ୪.୨୦ ରେ ସେ ବରମୁଣ୍ଡା ବସ ଷ୍ଟାଣ୍ଡରେ ତାଙ୍କର ବସକୁ ପାର୍କିଂ କରୁଥିବା ସମୟରେ ଅଭିଯୁକ୍ତ ଉକ୍ତ ବସରେ ଚଢିଥିଲେ ଏବଂ ଅଭିଯୋଗକାରୀଙ୍କୁ ବସ ସିଟ ଖାଲି ଥିବା ନେଇ ପଚାରି ବୁଝିଥିଲେ । ଅଭିଯୋଗକାରୀ ଅଭିଯୁକ୍ତଙ୍କ ସହିତ ଉକ୍ତ ବିଷୟରେ କଥା ହେଉଥିବା ବେଳେ ସୁଯୋଗ ଦେଖି ଅଭିଯୁକ୍ତ ଜଣକ ତାଙ୍କର ମୋବାଇଲ ଫୋନ ଲୁଟ କରି ଦୌଡି ପଳାଇଥିଲେ  । ଅଭିଯୋଗକାରୀ ପଛରେ ଯିବା ବେଳେ ଭିଡ ହେତୁ ଅଭିଯୁକ୍ତ ଜଣକ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ଏହି ମାମଲାର ତଦନ୍ତ କରି ଭରତପୁର ପୁଲିସ ଟିମ ବିଶେଷ ସୂତ୍ରରୁ ସୂଚନା ପାଇ ଅଭିଯୁକ୍ତଙ୍କୁ କିଛି ଚୋରୀ ମୋବାଇଲ ହେପାଜତରେ ରଖି ବିକ୍ରୟ ନିମନ୍ତେ ଅବଦୁଲ କଲାମ ପାର୍କ ନିକଟରେ ଗ୍ରାହକ ଅପେକ୍ଷାରେ ଥିବା ବେଳେ କାବୁ କରି ନେଇଥିଲେ । ଅଭିଯୁକ୍ତର ତଲାସି ବେଳେ ପୁଲିସ ତାଙ୍କ ନିକଟରୁ ୫ଟି ମୋବାଇଲ ଫୋନ ଜବତ କରିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ଉକ୍ତ ମୋବାଇଲ ଫୋନ ଗୁଡିକୁ ଲୁଟ କରିଥିବା ନେଇ ନିଜର ଅପରାଧ ସ୍ୱୀକାର କରିଥିଲେ  । ଅଭିଯୁକ୍ତର ପୂର୍ବଚରିତ ଅପରାଧିକା ଯା ବେଳେ ତାଙ୍କ ନାମରେ ଖଣ୍ଡଗିରି ଓ ତମଣ୍ଡୋ ଥାନାରେ ୩ଟି ଚୋରୀ ମାମଲା ରହିଛି ।