ଗଛକୁ ପିଟିଲା ବାଇକ୍ : ଜଣେ ମୃତ, ଦୁଇ ଗୁରୁତର

ମାଲକାନଗିରି:  ଦୃତଗତିରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଗଛକୁ ପିଟିଥିଲା ବାଇକ । ଫଳରେ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତୁ୍ୟ ଘଟିବା ସହିତ ଅନ୍ୟ ଦୁଇଜଣ ଆହତ ହୋଇଥିଲେ । ମୃତକ ଯୁବକ ହେଲେ ପିଟାଗେଟା ଗ୍ରାମର ଗଗନ କୁମାର ବାଘ ଓ ଆହତ ହେଲେ ସେହି ଗ୍ରାମର ତୋଫାନ ବାଘ, କ୍ରିଷ୍ଣା କ୍ଷିତି ବୋଲି ଜଣାପଡିଛି । ସୂଚନା ଅନୁଯାଇ  ଅପରାହ୍ନରେ ମାଲକାନଗିରି ଜିଲ୍ଲା ସଦର ମହାକୁମା ଜିଲ୍ଲା ପରିଷଦ କାର୍ଯ୍ୟଳୟ ନିକଟ ବୁଲାଣି ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା । ମାଲକାନଗିରି ଥାନା ତୁମୁସାପାଲି ପଞ୍ଚାୟତ ପିଟାଗେଟା ଗ୍ରାମର ସୁରେଶ ବାଘଙ୍କ ପୁଅ ଗଗନ କୁମାର ବାଘ ସେହି ଗ୍ରାମର ତୋଫାନ ବାଘ ଓଁ କ୍ରିଷ୍ଣା କ୍ଷିତି ଗୋଟିଏ ହିରୋ ମଟର ସାଇକେଲରେ ଦୃତଗତିରେ ମାଲକାନଗିରିରୁ ନିଜ ଗାଁକୁ ଫେରୁଥିଲେ । ଜିଲ୍ଲା ପରିଷଦ କାର୍ଯ୍ୟଳୟ ବୁଲାଣି ନିକଟରେ  ମଟର ସାଇକେଲଟି ଭାରସାମ୍ୟ ହରାଇ ଏକ ଗଛଦେହରେ ଧକ୍କା ହୋଇଥିଲା । ଫଳରେ ତିନିଜଣ ଛିଟିକି ପଡିଯାଇଥିଲେ । ବାଇକ ଆରୋହୀ ଗଗନଙ୍କ ମୁଣ୍ଡ ଓଁ ଛାତିରେ ଗୁରୁତର ଭାବେ ଆଘାତଲାଗିଥିବା ବେଳେ ତୋଫାନ ଓ କ୍ରିଷ୍ଣା  ସାମାନ୍ୟ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଥାନାକୁ ଫୋନ କରିବାରୁ ସଙ୍ଗେ ସଙ୍ଗେ ମାଲକାନଗିରି ଥାନା ପୁଲିସ ଘଟଣା ସ୍ଥଳରେ ପହଁଚି ଆହତମାନଙ୍କୁ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ  ନେଇଥିଲେ । କିନ୍ତୁ ହସ୍ପିଟାଲରେ ପହଁଚିବା ପରେ ଡାକ୍ତର ଗଗନଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଶବ ବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି ।