ଗଣେଶଙ୍କ ଭସାଣିରେ ଅଘଟଣ :ବିଦୁ୍ୟତ ଆଘାତରେ ଯୁବକ ମୃତ
ସୋର: ସୋର ଥାନା ଦାଣ୍ଡ ହରିପୁର ପଞ୍ଚାୟତ ଗଣ୍ଡସ୍ତପୁର ଗ୍ରାମରେ ଗତକାଲି ରାତିରେ ଗଣେଶ ଠାକୁର ଭାଷାଣିରୁ ଫେରିବା ସମୟରେ ଜେନେରେଟରରୁ ବିଦୁ୍ୟତ ଆଘାତର ଶିକାର ହୋଇ ଜଣେ ଯୁବକଙ୍କର ମୃତୁ୍ୟ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣଙ୍କ ହେଲେ ଗଣ୍ଡସ୍ତପୁର ଗ୍ରାମର ଅକ୍ଷୟ ନାୟକ (୩୦) । ଅକ୍ଷୟ ଗ୍ରାମରେ ଗଣେଶ ପୂଜା ଭାଷାଣି ଶୋଭାଯାତ୍ରାରେ ଯାଇଥିଲେ । ସେଠାରୁ ଫେରିବା ପରେ ଗାଡ଼ିରେ ଥିବା ଜେନେରେଟରକୁ ବନ୍ଦ କରୁଥିବା ବେଳେ ବିଦୁ୍ୟତ ଆଘାତର ଶିକାର ହୋଇ ଗୁରୁତର ଆହତ ହେବା ସହିତ ଚେତା ଶୁନ୍ୟ ହୋଇ ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସାଉଡ଼ ଫାଣ୍ଡି ପୁଲିସ ଆଜି ପୂର୍ବାହ୍ନରେ ସୋର ମେଡିକାଲରେ ପହଞ୍ଚି ଏକ ମାମଲା ରୁଜ୍ଜୁ କରି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଅକ୍ଷୟ ପରିବାରର ଏକ ମାତ୍ର ରୋଜଗାରିଆ ପୁଅ ହୋଇଥିବାରୁ ପରିବାର ଲୋକେ ସମ୍ପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି । ତାଙ୍କ ମୃତୁ୍ୟରେ ଗ୍ରାମରେ ଶୋକାକୋଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।