ମାମୁଁଣ୍ଡିୟ ହେବ ପାରମ୍ପରିକ କାରୁକାର୍ଯ୍ୟର ପର୍ଯ୍ୟଟନ ସ୍ଥଳ 

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଦେବଭୂମି ପଞ୍ଚାୟତର ମାମୁଁଣ୍ଡିୟ ଗ୍ରାମରେ  ପାରମ୍ପରିକ କାରୁକାର୍ଯ୍ୟର ପର୍ଯ୍ୟଟନ ସ୍ଥଳ ପାଇଁ ପ୍ରାଥମିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସିକା ତହସିଲଦାର ସଂଗୀତା ସେନ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଏକ ଗ୍ରାମ ସଭା ରେ ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ଅତିରିକ୍ତ ଉପଜିଲ୍ଲାପାଳ ବିଶ୍ୱ ରଞ୍ଜନ କଁଅର, ପୂର୍ବତନ ସମିତି ସଭ୍ୟ ସନ୍ତୋଷ କୁମାର ନାୟକ,ରାଜସ୍ୱ ସୁପରଭାଇଜର ବିଶ୍ୱନାଥ ଲେଙ୍କା,ରାଜସ୍ୱ ନିରୀକ୍ଷକ ବିଷ୍ଣୁ ପ୍ରିୟା ରାଉତ, ପ୍ରମୁଖ ଉପସ୍ଥିତ ଥିଲେ । ଏହି ଗ୍ରାମରେ ପ୍ରାୟ ଶହେ ବର୍ଷ ପୂର୍ବ ରୁ ପୁରୁଣା ପିତଳ ସାମଗ୍ରୀ ରେ ଅନେକ କାରୁକାର୍ଯ୍ୟ ମାଧ୍ୟମରେ ଛୋଟ ବଡ଼ ପ୍ରାୟ ୫୦୦ ପ୍ରକାରର ବିଭିନ୍ନ ପିତଳରେ ମୂର୍ତ୍ତି, ଘଣ୍ଟ, ଘଣ୍ଟି, ମନ୍ଦୀର ସାମଗ୍ରୀ, ଘର ସାମଗ୍ରୀ, ପୁରସ୍କାର ସାମଗ୍ରୀ, ସୁନ୍ଦର ସୁନ୍ଦର ଫୁଲ, ସିଂହାସନ, ରଥ, ପିତଳ ଖଟୁଲି ଆଦି ଅନେକ ପ୍ରକାର ସାମଗ୍ରୀ ତିଆରି କରି ନିଜର କୌଳିକ ବୃତ୍ତି ପରମ୍ପରା ଅନୁସାରେ କାର୍ଯ୍ୟ କରିଆସୁଛନ୍ତି । ପରିବାରର ପୁରୁଷ, ମହିଳା, ପୁଅ, ଝିଅମାନେ ମିଳି ମିଶି ଏହି ସୁନ୍ଦର ସୁନ୍ଦରର ଥାଳିଆ, ଗିନା, ଢାଳ, ଦୀପାଳି, ହାଣ୍ଡି, ମାଠିଆ ଆଦି ତିଆରି କରି ଘର ପ୍ରତି ପୋଷଣ କରୁଛନ୍ତି । ଏହି ପରମ୍ପରିକ କାରୁକାର୍ଯ୍ୟକୁ ଟ୍ରିଜୁ୍ୟମ ଏବଂ ପର୍ଯ୍ୟଟନ କ୍ଷେତ୍ର କରିବାକୁ ତହସିଲଦାର ଚେଷ୍ଟା କରୁଛନ୍ତି । ରାଜ୍ୟ ସରକାରଙ୍କୁ ଏହି ଗ୍ରାମର ଭୌଗଳିକ ମାନ ଚିତ୍ର ଶହ ସେମାନଙ୍କ ସମ୍ବଳ, କଞ୍ଚାମାଲ, ମାର୍କେଟର ସୁଯୋଗ ଉପରେ ଗ୍ରାମ ବାସୀ, ପଞ୍ଚାୟତ ପ୍ରତିନିଧି, କାରିଗର ମାନଙ୍କ ସହ ଆଲୋଚନା କରୁଥିଲେ ।