ଏମସ୍ ହସ୍ପିଟାଲରେ ମାତିଛନ୍ତି ଦଲାଲ, ଲୁଟେରା ଓ ଦାଦା
।ା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର, ୯ା୩ : ଭୁବନେଶ୍ୱର ଏମସ୍ ହସ୍ପିଟାଲକୁ ଚିକିତ୍ସିତ ପାଇଁ ବିଭିନ୍ନ ରାଜ୍ୟ ଓ ଜିଲ୍ଲା ବାହାରୁ ଆସୁଥିବା ରୋଗି ମାନଙ୍କୁ ମିଳୁନାହିଁ ଟିକେଟ୍ । ରାତି ୧୨ଟାରୁ ସକାଳ ପର୍ଯ୍ୟନ୍ତ ଲମ୍ବା ଧାଡିରେ ରହି ମଧ୍ୟ ଏଭଳି ଅସୁବିଧାର ସମୁଖିନ ହେଉଛନ୍ତି ରୋଗି । ଏହାର କାରଣ ଏମସ ହସ୍ପିଟାଲରେ ମାତିଛନ୍ତି ଟିକେଟ୍ ଦଲାଲ । ୧୦ ଟଙ୍କାରେ ଟିକେଟ୍ କିଣି ୨ ହଜାର ଟଙ୍କାରେ ହେଉଛି ଟିକେଟ୍ ବିକ୍ରି । ଏହାସହ ଏହାକୁ ଯିଏ ପ୍ରତିବାଦ କଲା ତାକୁ ମିଳିଲା ଧମକ । ଏନେଇ ଏମସ ଭିତରେ ରହିଥିବା ପୁଲିସ ଫାଣ୍ଡିରେ ଅଭିଯୋଗ କଲେ ଫାଣ୍ଡି ଅଧିକାରୀ ନିଦ୍ରାରେ । ଏହାସହ ହସ୍ପିଟାଲରେ ରୋଗିଙ୍କ ସମ୍ପର୍କୀୟ ମାନଙ୍କ ବାଇକ ପାର୍କିଂ ଭିତରୁ ହେଉଛି ଚୋରି । ରୁମ ଭିତରୁ ହେଉଛି ମୋବାଇଲ ଟଙ୍କା ଚୋରି । ହେଲେ ଘଟଣାକୁ ଚାପିଦେଉଛନ୍ତି ଏମସ ହସ୍ପିଟାଲ ଫାଣ୍ଡି ଦାୟିତ୍ୱରେ ଥିବା ଅଧିକାରୀ । ଏଭଳି ବାରମ୍ବାର ଅଭିଯୋଗ ପରେ କିଛି ମାସ ତଳେ କମିଶନରେଟ୍ ପୁଲିସ ପକ୍ଷରୁ ଆରମ୍ଭ କରାଯାଇଥିବା ଏମସ ହସ୍ପିଟାଲରୁ ଦଲାଲ ମୁକ୍ତ ଅଭିଯାନ । ହେଲେ ଏବେ ପୁଣି ହସ୍ପିଟାଲରେ ମାଳ ମାଳ ଦଲାଲ, ଲୁଟେରା ଓ ଦାଦା । ହେଲେ ଦଲାଲ ମୁକ୍ତ ଅଭିଯାନ ଏବେ ଫୁ ହୋଇଯାଇଛି । ଏହାସହ ଏମସ ହସ୍ପିଟାଲ ଫାଣ୍ଡିରେ ଦିର୍ଘ ଦିନ ହେବ ଗାଦିମାଡି ବସିଥିବା ଅଧିକାରୀଙ୍କ ହୋଇଥିଲା ଡ଼ିସିପି ଅଫିସକୁ ବଦଳି । ହେଲେ ବାବୁ ପୁଣି ବଡ଼ବଡ଼ିଆଙ୍କୁ ତେଲ ମାରି ପୁଣି ସିଧା ଡ଼ିସିପି ଅଫିସରୁ ଏମସ ପୁଲିସ ଫାଣ୍ଡିକୁ ହୋଇଛି ବଦଳି । ଯାହାଫଳରେ ଏଥିରୁ ଜଣାପଡ଼ୁଛି ବାବୁଙ୍କ ଉପର ମହଲାରେ ଭଲ ହାତ ରହିଛି । ହେଲେ ଏହା ଜାଣିବା ଦରକାର ହସ୍ପିଟାଲ କାହା ନିଜର ସମ୍ପତି ନୁହଁ ଯେ ଜଣେ ସେଠାରେ ଘର କରି ରହିବ ଓ ଦଲାଲଙ୍କ ସହ ହାତ ମିଳାଇ ରୋଗିଙ୍କୁ ହଇରାଣ କରିବ । ଯାହାକୁ ନେଇ ବାରମ୍ବାର ହସ୍ପିଟାଲରୁ ଥାନାକୁ ଆସୁଥିବା ବିଭିନ୍ନ ଅଭିଯୋଗକୁ ବାବୁ କୁଆଡେ ସମାଧାନ କରିଦେଇଥାନ୍ତି । ଏହି ଘଟଣାକୁ ନେଇ କିଛିମାସ ତଳେ ବିଭିନ୍ନ ଗଣମାଧ୍ୟମରେ ବାଜିବା ପରେ ଆକ୍ସନ ମୋଡରେ ଆସିଥିଲା କମିଶନରେଟ୍ ପୁଲିସ । ଥାନାର ପୂର୍ବତନ ଅଧିକାରୀଙ୍କ ନେତୃତ୍ୱରେ ହସ୍ପିଟାଲରେ ଚଢ଼ାଉ କରି ୯ ଜଣ ଦଲାଲଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ହେଲେ ପୁଣି ଯୋଉ କଥାକୁ ସେଇ କଥା ଦେଖାଯାଇଛି । ସବୁଦିନ ଭଳି ହସ୍ପିଟାଲରେ ଟିକେଟ୍ ବ୍ଲାକ ହେଉଥିବା ବେଳେ ଜଣେ ଦଲାଲକୁ ଗିରଫ କରିଛି ପୁଲିସ । ତାଠାରୁ ୨ଟି ଟିକେଟ୍ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ଏମସନଗରର ନିରଲୋଭ୍ ରାୟ ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ପେଷାରେ ଜଣେ ବରିଷ୍ଠ ଡାକ୍ତ ଓ ସେ ଏମସ ହସ୍ପିଟାଲରେ କାର୍ଡିଓଲୋଜି ଡିପାର୍ଟମେଣ୍ଟରେ ଜଣେ ପ୍ରଫେସର ଓ ଏଚଓଡ଼ି ଭାବରେ କାର୍ଯ୍ୟରତ । ଅଭିଯୁକ୍ତ ଜଣକ ଓପିଡ଼ି ଟିକେଟ କାଉଣ୍ଟରରୁ କାର୍ଡିଓଲୋଜି ଡିପାର୍ଟମେଣ୍ଟର ଟିକେଟକୁ ସାଧରଣ ମୁଲ୍ୟରେ କିଣି ଅନ୍ୟ ରୋଗିଙ୍କୁ ୨ ହଜାର ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଖଣ୍ଡଗିରି ଥାନା ପୁଲିସ ୧୭୧ରେ ମାମଲା ରୁଜୁକରି ତଦନ୍ତ ଚଳାଇ ଘଟଣା ସ୍ଥଳରେ ଚଢ଼ାଉ କରି ଦଲାଲକୁ କାବୁ କରିବା ସହ ଆଜି ଦଫା ୪୧୭, ୪୧୯, ୩୪ ଆଇପିସି ଧାରାରେ କୋର୍ଟ ଚାଲାଣ କରିଛି ।
...........