୪ ବର୍ଷର ଝିଅକୁ ବିକ୍ରି; ଥାନାରେ ୬ ଦଲାଲ ଅଟକ
ଭୁବନେଶ୍ୱର, ୨୭ା୧୧ : ୪୦ ହଜାର ଟଙ୍କାରେ ବିକ୍ରି ହେଲା ୪ ବର୍ଷର ଝିଅ । ପାରିବାରିକ ଗଣ୍ଡଗୋଳ ପାଇଁ ବିହାରୀ ଦମ୍ପତି ନିଜ ଝିଅକୁ ବିକ୍ରି କରିଥିବା ଅଭିଯୋଗ ହେଉଛି । ଏନେଇ ପୁଲିସ ମାମଲା ରୁଜୁକରି ଦୁଇ ଦଲାଲଙ୍କୁ ଉଠାଇ ଆଣି ଥାନାରେ ପଚରାଉଚରା ଚଳାଇଛି । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ ।
ସୂଚନା ଯୋଗ୍ୟଯେ, ବିହାର ରାଜ୍ୟର ଶୁବୋଧ ଶର୍ମା ଜଣେ କାଠ ମିସ୍ତ୍ରୀ । ତାଙ୍କ ପ୍ରଥମ ସ୍ତ୍ରୀଙ୍କଠାରୁ ଗୋଟିଏ ଝିଅ ଅଛି । ତା’ର ବୟସ ପ୍ରାୟ ୪ ବର୍ଷ ହେବ । ପରବର୍ତ୍ତୀ ସମୟରେ ସେ ଗୁଡିଆ ଦେ’ଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ବିବାହ କରିବା ପରେ ଉଭୟ ସ୍ୱାମୀ-ସ୍ତ୍ରୀ, ଝିଅ(ପ୍ରଥମ ସ୍ତ୍ରୀଙ୍କଠାରୁ ହୋଇଥିବା)କୁ ଓଡିଶା ପଳାଇ ଆସିଥିଲେ । ରାଜଧାନୀ ଭୁବନେଶ୍ୱର ଟଙ୍କପାଣି ଅଞ୍ଚଳରେ ଘର ଭଡା ନେଇ ରହୁଥିଲେ । କାଠ କାମରୁ ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲା ପୂରା ପରିବାର । ହେଲେ ସଉତୁଣୀ ଝିଅକୁ ଆଡ ଆଖିରେ ଦେଖୁନଥିଲେ ଗୁଡିଆ । ଯେଉଁଥିପାଇଁ ଅନେକ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା । ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ନିଜର ୪ ବର୍ଷର ଝିଅକୁ ଅନାଥାଶ୍ରମରେ ରଖିବାକୁ ନିଷ୍ପତ୍ତି ନେଇଥିଲେ ଶୁବୋଧ । ହେଲେ ସେମିତି କିଛି ବ୍ୟବସ୍ଥା ହୋଇପାରିଲା ନାହିଁ । ପରବର୍ତ୍ତୀ ସମୟରେ ଦ୍ୱିତୀୟ ପନôୀ ଗୁଡିଆଙ୍କ ପ୍ରରୋଚନାରେ ଝିଅକୁ ବିକ୍ରି କରିବା ପାଇଁ ଯୋଜନା କରିଥିଲେ । ଏଥିପାଇଁ ସେମାନେ ୨ ଜଣ ମହିଳା ଦଲାଲଙ୍କ ସହ ଯୋଗାଯୋଗ କରିଥିଲେ । ପରେ ଦୁଇ ମହିଳା ଦଲାଲ ଗ୍ରାହକ ଯୋଗାଡ କରିଥିଲେ । ବହୁ ଖୋଜାଖୋଜି ପରେ ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ରଘୁନାଥ ବେହେରା ଓ ତାଙ୍କ ପନôୀଙ୍କୁ ପାଇଥିଲେ । ଦଲାଲମାନେ ପ୍ରଥମେ ରଘୁନାଥଙ୍କୁ ଫୋନ୍ କରି ଝିଅ ବିକ୍ରି ସମ୍ପର୍କରେ କଥା ହୋଇଥିଲେ । ବହୁ ମୂଲଚାଲ ପରେ ୪୦ ହଜାର ଟଙ୍କାରେ ଡିଲ ଫାଇନାଲ ହୋଇଥିଲା । ରଘୁନାଥ ଓ ତାଙ୍କ ପନôୀ ନଗଦ ୩୫ ହଜାର ଟଙ୍କା ଏବଂ ଫୋନ୍ ପେ’ରେ ବାକି ୫ ହଜାର ଟଙ୍କା ଶୁବୋଧଙ୍କ ୨ୟ ପନôୀ ଗୁଡିଆଙ୍କୁ ଦେଇଥିଲେ । ତା’ପରେ ଝିଅକୁ ନେଇ ଯାଇଥିଲେ । ସେପଟେ ଘର ମାଲିକ ଗତ ଦୁଇ ଦିନ ହେଲା ଶୁବୋଧଙ୍କ ୪ ବର୍ଷର ଝିଅକୁ ଦେଖିବାକୁ ପାଇନଥିଲେ । ତେଣୁ ସେ ଝିଅ ସମ୍ପର୍କରେ ପଚରାଉଚରା କରିଥିଲେ । ମାତ୍ର ସେ ସନ୍ତୋଷ ଜନକ ଉତ୍ତର ପାଇନଥିଲେ । ଶୁବୋଧ ଓ ତାଙ୍କ ପନôୀଙ୍କ କଥାବାର୍ତ୍ତାକୁ ନେଇ ସନେ୍ଦହ କରୁଥିଲେ ଘର ମାଲିକ । ପରେ ଝିଅ ବିକ୍ରି କରାଯାଇଥିବା ନେଇ ସେ କୌଣସି ସୂତ୍ରରୁ ଖବର ପାଇଥିଲେ । ଘର ମାଲିକ ଏନେଇ ବଡଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁକରି ଖୋଳତାଡ ଆରମ୍ଭ କରିଥିଲା । ପ୍ରଥମେ ଶୁବୋଧ ଓ ତାଙ୍କ ଦ୍ୱିତୀୟ ପନôୀ ଗୁଡିଆକୁ ଉଠାଇ ଆଣି ପଚରାଉଚରା କରିଥିଲେ । ଦୁଇ ମହିଳା ଦଲାଲଙ୍କ ନାଁ ମଧ୍ୟ କହିଥିଲେ । ତା’ପରେ ପୁଲିସ ସେମାନଙ୍କୁ ଉଠାଇଆଣି ଜେରା କରୁଛି । ଛୁଆ ବିକ୍ରି ଅଭିଯୋଗରେ ପୁଲିସ ଶୁବୋଧ, ତାଙ୍କ ଗୁଡିଆ ଛୁଆ କିଣିଥିବା ରଘୁନାଥ ଓ ତାଙ୍କ ପନôୀ ଏବଂ ଦୁଇ ମହିଳା ଦଲାଲଙ୍କୁ ଜେରା କରୁଛି ପୁଲିସ । ଏହି ମାମଲାରେ ଆଉ ଯେଉଁମାନେ ସମ୍ପୃକ୍ତ ଥିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଥାନା ଅଧିକାରୀ କହିଛନ୍ତି ।