ନିଜ ପାଇଁ ସମୟ
ଯଦି କାର୍ଯ୍ୟ ବ୍ୟସ୍ତତା ଭିତରେ ‘ନିଜ ପାଇଁ ସମୟ’ ବାହାର ନକରିପାରନ୍ତି, ତେବେ ଆପଣଙ୍କ ଠାରେ କିଛି ବର୍ଷ ପରେ ‘ବର୍ଣ୍ଣ ଆଉଟ ସିଣ୍ଡ୍ରୋମ’ ଲକ୍ଷଣ ଦେଖା ଦେଇପାରେ । ଏହି ସମୟରେ କାମ ପ୍ରତି ଆଗ୍ରହ କମିବା, ଛୋଟ ଛୋଟ କଥାରେ ଚିଡ଼ଚିଡ଼ା ଲାଗିବା, ନିଜ ଉପରୁ ବିଶ୍ୱାସ କମିବା, ଅଳ୍ପ କାମ କରିବା ପରେ ଥକ୍କା ଅନୁଭବ କରିବା ପରି ଲକ୍ଷଣମାନ ଦେଖିବାକୁ ମିଳିଥାଏ । ଏହାର ଉପଯୁକ୍ତ ପ୍ରତିକାର କରାନଗଲେ ରୋଗୀ ଅବସାଦ ଆଡ଼କୁ ମୁହାଁଇଥାଏ । ଏଥିରେ ପୀଡ଼ିତ ହୋଇଥିବା ବ୍ୟକ୍ତିଟି ସବୁବେଳେ ଏକ ଅଜଣା ଗ୍ଲାନି ଅନୁଭବ କରିଥାଏ ଏବଂ ତାକୁ ସବୁବେଳେ ଯେପରି ଲାଗେ ଯେ ମୁଁ ଭବିଷ୍ୟତରେ ଯାହା ବି କିଛି କରିବି ଯେପରି ସବୁକିଛି ବୃଥା ହୋଇଯିବ । ସତେଯେପରି ମୋତେ କୌଣସି କାମରେ ସଫଳତା ମିଳିବନାହିଁ । କେତେକ କ୍ଷେତ୍ରରେ ଏହାକୁ ଚିନ୍ତାକରି ସେମାନଙ୍କ ସମଗ୍ର ଶରୀର ଝାଳେଇ ଯାଏ । ବଡ଼କଥା ହେଉଛି କାମରେ ମନ ନଲାଗିବା ନିଜ ପ୍ରତି ହେୟ ମନଭାବ ଆସିବା, ପ୍ରତି କାମରେ ଅସହାୟ ମନେ କରିବା, ପ୍ରତି କ୍ଷେତ୍ରରେ ନିଜକୁ ଅସଫଳ ମନେ କରିବା ଏବଂ ଏହାକୁ ଚିନ୍ତା କରି ଉଦାସ ରହିବା ଏକ ପ୍ରକାର ଏହାର ପ୍ରମୁଖ ଲକ୍ଷଣ ହୋଇଥାଏ । ତାଙ୍କୁ ଆଘାତ ଲାଗିଥିବା କୌଣସି ପୁରୁଣା କଥା କହି ବିରକ୍ତି ଭାବ ସୃଷ୍ଟି କରନ୍ତୁ ନାହିଁ । ଆଉ ପୀଡ଼ିତ ଜଣଙ୍କ ପାଠପଢ଼ୁଆ ପିଲା ହୋଇଥିଲେ ଏ ଦିଗରେ ଅଭିଭାବକଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆଉ ପଢ଼ାକୁ ନେଇ ପିଲା ସବୁବେଳେ ଚିନ୍ତାରେ ରହୁଥାଏ ତେବେ ତୁରନ୍ତ କୌଣସି ମାନସିକ ରୋଗୀ ଚିକିତ୍ସକଙ୍କ ସହ ପରାମର୍ଶ କରି କାଉନସେଲିଂ କରାଇନିଅନ୍ତୁ ।
ଡା.ସମ୍ରାଟ କର
ମୋ: ୯୧୩୨୪୩୩୩୩୩