ବ୍ଲକ ଟପ୍ପରଙ୍କୁ ପ୍ରେସ କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା

 ଧର୍ମଶାଳା : +୨ ପରୀକ୍ଷାରେ ଧର୍ମଶାଳା ବ୍ଲକ ଜାରକାସ୍ଥିତ ରେନେସା କଲେଜର ବିଜ୍ଞାନ ଛାତ୍ର କାହ୍ନୁଚରଣ ସେଠୀ ବ୍ଲକରେ ଅଧିକ ନମ୍ବର ରଖି ଏ-୧ରେ ଉତିର୍ଣ୍ଣ ହୋଇଛନ୍ତି । ଏଥିଲାଗି ଧର୍ମଶାଳା ପ୍ରେସ କ୍ଲବ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପ୍ରେସ କ୍ଲବ ସଭାପତି ରମାକାନ୍ତ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ସାମ୍ବାଦିକ ବଟକୃଷ୍ଣ ପରିଡ଼ା, ପୂର୍ଣ୍ଣଚନ୍ଦ୍ର ଶତପଥୀ, ଅଖିଳ ସ୍ୱାଇଁ ଉପସ୍ଥିତ ରହି ବ୍ଲକରେ ଟପ୍ପର ହୋଇଥିବା ଛାତ୍ର କାହ୍ନୁଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଦିତ କରିବା ସହ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । କାର୍ଯ୍ୟକ୍ରମରେ ସୁବ୍ରତ ଜେନା, ବିନୋଦ ବିହାରୀ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଛାତ୍ର କାହ୍ନୁ ତାଙ୍କର ଏହି ସଫଳତାର ଶ୍ରେୟ ଗୁରୁଜୀ ବିଭୂତି ଭୂଷଣ ରାଉତ, ଅଧ୍ୟକ୍ଷ ଜ୍ଞାନରଞ୍ଜନ ଜେନା, ଚିନ୍ମୟ କୁମାର ସାହୁ ଓ ବାପା ଭୀମସେନ ସେଠୀ ଓ ମାଆ ପ୍ରମିଳା ସେଠୀଙ୍କୁ ଦେଇଥିଲେ । କାହ୍ନୁ ଜଣେ ଗରିବ ଘରର ମେଧାବୀ ଛାତ୍ର ହୋଇଥିବାରୁ  ଉଚ୍ଚ ଶିକ୍ଷା ପାଇଁ ତାଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।