କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

 ବାଲିଚନ୍ଦ୍ରପୁର : ସ୍ୱାମୀ ବିବେକାନନ୍ଦ ଆବାସିକ ଶିକ୍ଷାନୁଷ୍ଟାନ ପତରଜପୁରର କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।  ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଶ୍ରୀନିବାସ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଡ. ଯଚିନ୍ଦ୍ର ରାଉତ, ପ୍ରାଧ୍ୟାପକ ଶ୍ରୀପଦ ସେବକ ମହାନ୍ତି, ଅଧ୍ୟାପିକା ଝୁନି ଦାସ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଜୀବନର ଲକ୍ଷ୍ୟ,ଏକାଗ୍ରତା ରଖି ଅଦ୍ଧାବ୍ୟବସର ଓ ସାଧନାରେ ରହି ଉଚ୍ଚତର ହେବାର ମାର୍ଗଦର୍ଶନ କରାଇଥିଲେ । ଗଣିତରେ ସର୍ବାଧିକ ୯୯% ଜୀବ ବିଜ୍ଞାନରେ ୯୫% ରସାୟନ ବିଜ୍ଞାନ, ଭୌତିକ ବିଜ୍ଞାନରେ ୯୦%ଫଳ ପ୍ରାପ୍ତ କରିଥିବା ପ୍ରଭାସିନୀ ଜେନା, ଋତୁପର୍ଣ୍ଣା ସାହୁ, ପ୍ରିୟଙ୍କା ସାହୁ, ରୂପଳିପ୍ରୀୟଦର୍ଶିନି ମହାରଣା, ସନ୍ଧ୍ୟାରାନି ଦାସ, ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ, ଶୁଭମ୍ ସଂକେତ ପୃଷ୍ଟି, ଅୟର୍ଜନ ମହାପାତ୍ର, ଶ୍ରଦ୍ଧାସୁମନ ସାହୁ, ପ୍ରିୟଙ୍କା ପ୍ରିୟଦର୍ଶିନୀ ଶାନ୍ତି, ସୋନାଲି ସାହୁ, ଦୀପିକା ପ୍ରଧାନ ତାନୁଶ୍ରୀ ପୃଷ୍ଟି, ନମ୍ରତା ଦାସ, ଅର୍ପିତା ପରିଡ଼ାଙ୍କୁ ସମ୍ବର୍ଦ୍ଧିିତ କରାଯାଇଥିଲା । ପ୍ରତିଷ୍ଠାତା ଇଞ୍ଜିନିୟର ଜ୍ୟୋତିପ୍ରକାଶ ସାହୁ, ଅଧ୍ୟାପକ ଚିନ୍ମୟ ସାହୁ, ଅବିନାଶ ବେହେରା, ପ୍ରୀତିପର୍ଣ୍ଣା ବିଶ୍ୱାଳ, ସୁପ୍ରିୟା ସତପଥୀ, ମଧୁସ୍ମିତା ସାହୁ, ଚିନ୍ମୟ ଓଝା, ଦେବାଶିଷ ଓଝା, ଶିବ ସୁନ୍ଦର ଦାସ, ମମତା ସାହୁ, ସ୍ନେହଲତା ଦାସ, ମମତା ସାହୁ, ଅଙ୍କିତା ଦାସ ପ୍ରମୁଖ ଉପସ୍ଥିତଥିଲେ ।