ଟ୍ରାଫିକ ରାସ୍ତା ଅନ୍ଧାର , ଜମୁଛି ଆସମାଜିକଙ୍କ ଆଡ୍ଡା


ାା ପ୍ରଭାନୁ୍ୟଜ ।ା ପାଣିକୋଇଲି : କୋରେଇ ବ୍ଲକର ୧୮ଗୋଟି ପଞ୍ଚାୟତ ସହ ବ୍ୟାସନଗର ପୌରାଞ୍ଚଳର କାଣିଏ ଅଞ୍ଚଳକୁ ନେଇ ଚାଲିଛି କୋରେଇ ଥାନା । ପ୍ରତ୍ୟେକ ଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଥାନାରେ ଭିଡ ଲାଗିଥାଏ । ଅଧିକ ପଞ୍ଚାୟତ ସାଙ୍ଗକୁ ଅଧିକ ଜନସଂଖ୍ୟା ହୋଇଥିବାରୁ ପ୍ରତ୍ୟେକ ଦିନ ମାମଲା ଥାନାକୁ ଆସିଥାଏ । ହେଲେ ଥାନା ବାହାରେ ରାସ୍ତା ସାଇଡ଼ରେ ବାଇକ୍ଠୁ ଆରମ୍ଭ କରି ଟ୍ରାକ୍ଟର ପର୍ଯ୍ୟନ୍ତ ଠିଆ ହେବାଦ୍ୱାରା ତାହା ନାନାପ୍ରକାର ଅସୁବିଧା ହେଉଛି ଥାନାରକୁ ଆସୁଥିବା ଲୋକ ରାସ୍ତା ସାଇଡ଼ରେ ବାଇକ୍ ରଖିବାକୁ ବାଧ୍ୟ ହୋଇଥାନ୍ତି । କାରଣ ଥାନାର ଭିତରେ ମଧ୍ୟ ଚୋରା ବାଇକ୍ର ଜାଗା ଅଭାବ ରହିଛି । ଏପଟେ ଥାନା ସାମ୍ନାକୁ ଲାଗି ରହିଥିବା ଟ୍ରାଫିକ ଛକ ଯାହାକି ମସଜିଦ, ରେଲୱେ ଷ୍ଟେସନ ଓ ବ୍ଲକକୁ ରାସ୍ତା ପଡ଼ିଛି ସେ ଛକ ସନ୍ଧ୍ୟା ହେଲେ ଅନ୍ଧାର ହେଇଯାଉଛି । କୌଣସି ଲାଇଟର ବ୍ୟବସ୍ତା ନାହିଁ । ସାଧାରଣ ଲୋକମାନେ ନାହି ନଥିବାର ହଇରାଣ ହେଉଛନ୍ତି । ରାତିହେଲେ ସେ ସ୍ଥାନରେ ଅସାମାଜିକଙ୍କ ଭିଡ଼ ଜମୁଛି ଥାନାକୁ ସୁରକ୍ଷା ପାଇଁ ଆସୁଥିବା ଲୋକଟି ଅନ୍ଧାରରେ ନିଜକୁ କେତେ ସୁରକ୍ଷିତ ତାହା ସ୍ପଷ୍ଟ ଜାଣିହେଉଛି । କୋରେଇ ଅଞ୍ଚଳରେ ଦିନକୁଦିନ ମଦ୍ୟପଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରଶାସନ ତରଫରୁ ସେଥିପ୍ରତି ଧ୍ୟାନ ଦେବା ଦରକାର କାରଣ । ନିଜ ଥାନା ଚାରିପାଖ ଆଲୋକିତ ରହିବା ସହିତ ଟ୍ରାଫିକର ଲାଇଟ୍ କଣ ପାଇଁ ଜଳୁନି  ସେଥିପ୍ରତି କାହାର ଧ୍ୟାନ ନାହିଁ । ଫଳରେ ସଞ୍ଜ ହେଲେ ଅନ୍ଧାର ଘେରିଥିବା ଟ୍ରାଫିକ ଛକ ଅସମାଜିକଙ୍କ ଆଡ୍ଡାସ୍ଥଳ ପାଲଟିଛି ।