କିକ୍ ବକ୍ସିଂରେ ସଫଳତା
ଯାଜପୁର ଟାଉନ : କିକ୍ବକ୍ସିଂରେ ଯାଜପୁର ପ୍ରତିଯୋଗୀ ଉଲ୍ଲେଖନୀୟ ପ୍ରଦର୍ଶନ କରି ମୋଟ୍ ୪୬ଟି ପଦକ ହାସଲ କରିଛନ୍ତି । ପ୍ରଭାବଶାଳୀ ବିଜୟରେ ୧୪ ସ୍ୱର୍ଣ୍ଣ, ୧୮ ରୌପ୍ୟ ଏବଂ ୧୪ କାଂସ୍ୟ ପଦକ ଅନ୍ତର୍ଭୁକ୍ତ ଅଛି । ଅଧିକାଂଶ ଖେଳାଳୀ ଅତି ଉନ୍ନତମାନର ଖେଳ ପ୍ରଦର୍ଶନ କରିଥିଲେ । ସୋନାଲୀ ଅସୀମା ସୂତାର ଚମକ୍ରାର ଖେଳ ପ୍ରଦର୍ଶନ କରି ୪ଟି ସ୍ୱର୍ଣ୍ଣ ପଦକ ଏବଂ ଗୋଟିଏ ରୌପ୍ୟ ପଦକ ହାସଲ କରିଥିଲେ । ବନ୍ଦନା ପ୍ରିୟଦର୍ଶନୀ ବାରିକ ୩ଟି ସ୍ୱର୍ଣ୍ଣ ପଦକ ପାଇଥିଲେ । ଛତିଶଗଡ଼ର ରାଇପୁରରେ ହେବାକୁ ଥିବା ଆଗାମୀ ସିନିୟର ଜାତୀୟ କିକ୍ବକ୍ସିଂ ଚାମ୍ପିଅନସିପ୍ରେ ରାଜ୍ୟରୁ ପ୍ରତିନିଧିତ୍ୱ କରିବା ପାଇଁ ଯାଜପୁରର୯ଜଣ ଖେଳାଳୀଙ୍କୁ ମନୋନୀତ କରାଯାଇଛି । ତୃପ୍ତିଲିସା ଜେନା, ପ୍ରଭଞ୍ଜନ ଜେନା, ବନ୍ଦନା ପ୍ରି୍ରୟଦର୍ଶନୀ ବାରିକ, ବର୍ଷାରାଣୀ ସାମଲ, ପ୍ରିୟଦର୍ଶନୀ ମଲ୍ଲିକ, ମୋନାଲିସା କୁଣ୍ଡୁ, ଅର୍ପିତା ପ୍ରିୟଦର୍ଶନୀ ପଣ୍ଡା, ଶର୍ମିଷ୍ଠା ଦାସ ଓ ଜ୍ୟୋତିପ୍ରକାଶ ମହାପାତ୍ର ତାଲିକାରେ ସ୍ଥାନ ପାଇଛନ୍ତି । ସସ୍ମିତା ରଣା ଓଡ଼ିଶା ଦଳର ପରିଚାଳିକା ଭାବେ ମନୋନୀତ ହୋଇଛନ୍ତି । ଯାଜପୁର ସ୍ପୋର୍ଟ୍ସ କିକ୍ ବକ୍ସିଂ ଆସୋସିଏସନ ଦ୍ୱାରା ଖେଳାଳୀଙ୍କୁ ଉନ୍ନତମାନର ତାଲିମ ପ୍ରଦାନ କରାଯାଉଥିଲା ।