ନବନିଯୁକ୍ତ ଏଡିଜେଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

 ଆନନ୍ଦପୁର: ନବ ନିଯୁକ୍ତ ଅତିରିକ୍ତ ଜିଲା ଦୌରାଜଜ୍ ତଥା ବରିଷ୍ଠ ଦେୱାନୀ ଅଦାଲତର ବିଚାରପତିଙ୍କୁ ଓକିଲ ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସଂଘର ସଭାପତି ଦୟାନିଧି ଦାଶଙ୍କ ସଭାପତିତ୍ୱ ଓ ସମ୍ପାଦକ ଭଗବାନ ମଲିକଙ୍କ ସଂଯୋଜନାରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ବରିଷ୍ଠ ଦେୱାନୀ ଅଦାଲତର ବିଚାରପତି ଦେବଦତ୍ତ ଦାସ୍ ମହାପାତ୍ରଙ୍କୁ ସ୍ୱାଗତ କରାଯାଇଥିଲା । ଅତିଥି ଭାବରେ ଆନନ୍ଦପୁର ବରିଷ୍ଠ ବିଭାଗ ଦେୱାନୀ ଅଦାଲତର ବିଚାରପତି ଗୌରବ ପୁରୋହିତ, ଉପଖଣ୍ଡ ନ୍ୟାୟିକ ବିଚାରପତି ଗୌରୀଶଙ୍କର ପଣ୍ଡା, ଘସିପୁରା ଗ୍ରାମନ୍ୟାୟାଳୟର ନ୍ୟାୟାଧିକାରୀ ଦେବଜାୟା ରଥ ଯୋଗଦାନ କରିଥିଲେ । ନ୍ୟାୟ ପ୍ରଦାନ କ୍ଷେତ୍ରରେ ଓକିଲଙ୍କ ପ୍ରତିବଦ୍ଧତା ସମୟୋପଯୋଗୀ ମାମଲା ପରିଚାଳନା ମହକିଲଙ୍କ ସମସ୍ୟା ସମାଧାନର ପ୍ରମୁଖତା ବିଷୟରେ ଓକିଲଙ୍କ ଭୁମିକା ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ଭୁବନାନନ୍ଦ ଦାଶ, ମହେନ୍ଦ୍ର ମହାପାତ୍ର, ରାମଚନ୍ଦ୍ର ପାତ୍ର,ଲକ୍ଷ୍ମୀଧର ମିଶ୍ର,  ହରିହର ମିଶ୍ର, ତୁଳସୀ ଦାସ ଗୋଲାମ ଦେବତା, ବ୍ରଜବନ୍ଧୁ ସାହୁ, ମନୋଜ ମିଶ୍ର, ହରେକୃଷ୍ଣ ପଟ୍ଟନାୟକ, ସୁବାଶ ବିଶ୍ୱାଳ, ବିଜୟ ପଣ୍ଡା, ମହେନ୍ଦ୍ର ରାମ, ବାଇଧର ସେଠୀ, ଅମର ମହାପାତ୍ର, ଭାଗୀରଥି ଦାଶ, ରବିନ୍ଦ୍ର କୁମାର ବେହେରା, ସଚ୍ଚିଦାନନ୍ଦ ପଟ୍ଟନାୟକ, ଅଖିଲ ପଟ୍ଟନାୟକ, ହେମନ୍ତ ମଲିକ, ଭୁବନେଶ୍ୱର ଜେନା, ସୁରଥ ବେହେରା, ଉମେଶ ମହାନ୍ତି,ପ୍ରଶାନ୍ତ ମହାନ୍ତି, ଶିବଶଙ୍କର ସାହୁ, ରବିନ୍ଦ୍ର ସାହୁ, ଶଶୀକାନ୍ତ ସେଠୀ,ଚମ୍ପକ ଓଝା, ମାନସ ହୋତା,ରବିନ୍ଦ୍ର କୁମାର ସ୍ୱାଇଁ, ଆଲୋକ ରାଉତ,ଶ୍ରୀନାଥ ଘଡେଇ,ରାମଚନ୍ଦ୍ର ମିଶ୍ର, ଜିତେନ୍ଦ୍ରୀୟ ଓଝା, କୋଷାଧ୍ୟକ୍ଷ ଅଶୋକ ରାଉଳ, ଯୁଗ୍ମ ସମ୍ପାଦକ ପ୍ରମୋଦ ସାହୁଙ୍କ ସମେତ ବହୁ ଆଇନଜୀବୀ ଯୋଗଦାନ କରିଥିଲେ । ଉପସଭାପତି ଅତୁଲ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କର୍ମଚାରୀ ସନ୍ତୋଷ ମିଶ୍ର, କୁଳମଣୀ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।