ନିଟ୍ ତରଫରୁ ଛଉନୃତ୍ୟ ପ୍ରଦର୍ଶିତ  


ାା ପ୍ରଭାନୁ୍ୟଜ୍ ।ା ରାଉରକେଲା : ରାଉରକେଲାସ୍ଥ ନିଟ୍ (ଏଆଇଟି) ଦ୍ୱାରା ଆୟୋଜିତ ଓଡିଶାର ନିଜସ୍ୱ ନୃତ୍ୟ ପରମ୍ପରା ମୟୂରଭଞ୍ଜ ଛଉନୃତ୍ୟ ପ୍ରଦର୍ଶିତ ହୋଇଯାଇଛି । ଅନୁଷ୍ଠାନର ନିଜସ୍ୱ ପ୍ରେକ୍ଷାଳୟରେ ଭୁବନେଶ୍ୱରସ୍ଥ ମୟୂ ଆର୍ଟ ସେଣ୍ଟରର କଳାକାରମାନଙ୍କ ଦ୍ୱାରା ଛଉନୃତ୍ୟ ଗରୁଡବାହନ, ସାଗରସଙ୍ଗମ ଓ ଚକ୍ରବୁ୍ୟହ ଅନୁଷ୍ଠାନର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଗବେଷକମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଅଛି । ଓଡିଶାର ଉକ୍ତ ଲୋକନୃତ୍ୟ ଛଉନୃତ୍ୟର ପ୍ରଚାର ଓ ପ୍ରସାର ନିମନ୍ତେ ମୟୂର ଆର୍ଟ ସେଣ୍ଟରର ଏହି ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଥିଲେ । ପରିଶେଷରେ  ନୃତ୍ୟରେ ଅଂଶଗ୍ରହଣ କରିଥିବା କଳାକାର, ଗୁରୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।