ହିଣ୍ଡାଲକୋ ପକ୍ଷରୁ ଜିଇଟି ତାଲିମ ପ୍ରଦାନ
ଭୁବନେଶ୍ୱର: ସିଏସଆଇଆର-ଆଇଏମଏମଟିରେ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ସ୍ନାତକ ଇଞ୍ଜିନିୟର ପ୍ରଶିକ୍ଷାର୍ଥୀ (ଜିଈଟିସ) ପାଇଁ ଏକ ମାସ ବ୍ୟାପୀ ବାହ୍ୟ ବୈଷୟିକ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ତାଲିମ ଏକ ମାସ ପର୍ଯ୍ୟନ୍ତ ଧାତୁ ବିଜ୍ଞାନ ଏବଂ ରାସାୟନିକ ଇଞ୍ଜିନିୟରିଂ ପ୍ରଶିକ୍ଷାର୍ଥୀମାନଙ୍କ ପାଇଁ ସ୍ଥିର କରାଯାଇଛି । ଏହି କାର୍ଯ୍ୟକ୍ରମରେ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ବିଭିନ୍ନ କାର୍ଯ୍ୟ କେନ୍ଦ୍ରରୁ ୪୦ ଜଣ ଜିଈଟି ଯୋଗ ଦେଉଛନ୍ତି । ଧାନବାଦ ସ୍ଥିତ ସିଏସଆଇଆର -ସିଆଇଏମଏଫଆର, ଗବେଷଣା ପରିଷଦର ଅଧ୍ୟକ୍ଷ ପ୍ରଫେସର ଧନୁଷ ଧାରୀ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନୀ କରିଥିଲେ ଏବଂ "ଖଣି, ଖଣିଜ ପଦାର୍ଥ, ଧାତୁ ବିଜ୍ଞାନ ଏବଂ ସାମଗ୍ରୀ" ଉପରେ ଏକ ଜ୍ଞାନକୌଶଳପୂର୍ଣ୍ଣ ପାରସ୍ପରିକ ଆଲୋଚନା ଅଧିବେଶନ ମଧ୍ୟ ପରିଚାଳନା କରିଥିଲେ । ସିଏସଆଇଆର-ଆଇଏମଏମଟି ଭୁବନେଶ୍ୱରର ନିଦେ୍ର୍ଦଶକ ଡକ୍ଟର ରାମାନୁଜ ନାରାୟଣ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରି ଅଂଶଗ୍ରହଣକାରୀମାନଙ୍କୁ ଆଗ୍ରହ ଏବଂ ବୃତ୍ତିଭିତ୍ତିକ ଶିକ୍ଷା ଏବଂ ତାଲିମ ପ୍ରତି ପ୍ରେରଣା ଦେଇଥିଲେ ଏବଂ ସିଏସଆଇଆର-ଆଇଏମଏମଟି ଏବଂ ସିଏସଆଇଆରର ବିଭିନ୍ନ କାର୍ଯ୍ୟକଳାପ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା