ଡାଇଭର୍ସନକୁ ପିଟିଲା ବସ

 ଭଦ୍ରକ : ଭଦ୍ରକ ୧୬ ନଂ ଜାତୀୟ ରାଜପଥରେ ନୂଆ ବସ ଷ୍ଟାଣ୍ଡ ନିକଟରେ କାରକୁ ବଞ୍ଚାଇବାକୁ ଯାଇ ଡାଇଭର୍ସନ ଉପରେ ଚଢିଇଲେକ୍ଟ୍ରି ଖୁଣ୍ଟ କୁ ଧକ୍କା ଦେଲା ଯାତ୍ରାବାହୀ ବସ  । ଯାତ୍ରୀ ମାନଙ୍କ ଭିତରୁ ୫ ଜଣ ସାମାନ୍ୟ ଆହତ ହୋଇ ଅନ୍ୟ ବସରେ ପଳାଇଛନ୍ତି  । ଏକ ଘରୋଇ ବସ ସୋର ଅଭଣାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଭଦ୍ରକ ନୂଆ ବସ ଷ୍ଟାଣ୍ଡ ନିକଟରେ ଗୋଟାଏ କାର ହାଠାତ ଆଗକୁ ପଲାଇ ଆସିଥିଲା  । ତେଣୁ ବସର ଡ୍ରାଇଭର କାରକୁ ବଞ୍ଚାଇବାକୁ ଯାଇ ହାଠାତ ବ୍ରେକ ଲଗାଇବାରୁ ଗାଡ଼ିଟି ରାସ୍ତାର ଡିଭାଡ଼ର ଉପରେ ଚଢି ଏକ ବିଦୁ୍ୟତ ଖୁଣ୍ଟକୁ ଧକ୍କା ଦେଇଥିଲା ଫଳରେ ୫ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ  ।  ଖବର ପାଇ ଘଟଣା ସ୍ଥଳରେ ଟାଉନ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି  ।