ରାମଚନ୍ଦ୍ର ଏଆଇସିସିର ବରିଷ୍ଠ ପର୍ଯ୍ୟବେକ୍ଷକ
ଯାଜପୁର ଟାଉନ: ପୂର୍ବତନ ରାଜ୍ୟ ସଭା ସାଂସଦ ଡଃ ରାମଚନ୍ଦ୍ର ଖୁଂଟିଆଙ୍କୁ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ଜିଲା କଂଗ୍ରେସ ପକ୍ଷରୁ ରବିବାର ଖୁଂଟିଆଙ୍କୁ ପୁଷ୍ପଗୁ୍ଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଖୁଂଟିଆ ଏ ଆଇସିସିର ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେ, ସୋନିଆ ଗାନ୍ଧି, ରାହୁଲ ଗାନ୍ଧିଙ୍କୁ କୃତଜ୍ଞତା ଜଣାଇଛନ୍ତି । ସମ୍ବର୍ଦ୍ଧନା ଉତ୍ସବରେ ଜିଲାକଂଗ୍ରେସ ସଭାପତି ମନୋଜ ରାଉତ, ବରିଷ୍ଠ ନେତା ସନ୍ତୋଷ ନନ୍ଦ, ବିଜୟ ଦ୍ୱିବେଦୀ, ଦେବ ପଣ୍ଡା, ଶ୍ୟାମସୁନ୍ଦର କର, ସାଗର ପରିଡ଼ା, ଖଗେଶ୍ୱର ମଲ୍ଲିକ, ବିଳାସ ରାଉତ, ସଂଗ୍ରାମ ସାହାଣୀ, ଅରଜିତ ନାୟକ, ରାଜିବ ମହାପାତ୍ର, ନରେଶ ମହାନ୍ତି, ସାଗର ପରିନା, ଅକ୍ଷୟ ଶତପଥୀ, ଅନିଲ ମହାନ୍ତି, ବିଜୟ ମହାପାତ୍ର, ନକୁଳ ସାହୁ ପ୍ରଭୂତି ଉପସ୍ଥିତ ଥିଲେ ।