ମାଟିପାତ୍ର ଆଣେ ସୌଭାଗ୍ୟ
ଖରାଦିନେ ମାଠିଆ କି ସୁରେଇର ପାଣିବା ସ୍ୱାସ୍ଥ୍ୟ ପାଇଁ ଉପକାରୀ । କିନ୍ତୁ ଏବେ ଫ୍ରିଜ୍ ପାଣି ପିଇବାକୁ ଲୋକେ ଭଲ ପାଉଛନ୍ତି । କିନ୍ତୁ ଏହାଦ୍ୱାରା ଥଣ୍ଡା, କାଶ ତଥା ତଣ୍ଟି ଦରଜ ଭଳି ସମସ୍ୟା ହୋଇଥାଏ । କିନ୍ତୁ ମାଟିରେ ତିଆରି ମାଠିଆ, ସୁରେଇରେ ରଖାଯାଉଥିବା ପାଣି ପ୍ରାକୃତିକ ଉପାୟରେ ଥଣ୍ଡା ରହୁଥିବାରୁ; ଏହାକୁ ପିଇଲେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ । ଜାଣନ୍ତି ମାଟିର ଏହି ଜଳପାତ୍ର ସୌଭାଗ୍ୟକୁ ବି ଡାକି ଆଣେ । ବାସ୍ତୁଶାସ୍ତ୍ର କହେ, ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ମାଠିଆ/ସୁରେଇ ହେଉ କି ଯେକୌଣସି ଗୋଟିଏ ମାଟିର ଜଳପାତ୍ର ରଖ ଜଳପୂର୍ଣ୍ଣ ି କରିବା ଜରୁରୀ । ଏପରି କଲେ ଘରେ ଧନବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଉତ୍ତର ଦିଗରେ ଏହା ରଖିବା ଶୁଭ । ଏହାଦ୍ୱାରା ଭଗବାନଙ୍କ ଆଶୀର୍ବାଦ ମିଳିଥାଏ ବୋଲି ବାସ୍ତୁ କୁହେ ।