ଉଜୁଡ଼ି ଯାଉଛି ଗ୍ରାମ୍ୟ ଜଙ୍ଗଲ, ସୁରକ୍ଷା ଦାବି
ବନ୍ତରୁ ରମେଶ ଚନ୍ଦ୍ର ପତି : ଜନସଂଖ୍ୟା ବୃଦ୍ଧି, ରାସ୍ତା ଓ ଅଟ୍ଟାଳିକା ନିର୍ମାଣ ଆଳରେ ଗ୍ରାମାଞ୍ଚଳରେ ଥିବା ଶହ ଶହ ବର୍ଷର ଘଞ୍ଚ ଜଙ୍ଗଲ ଧୀରେ ଧୀରେ କମିବାକୁ ଲାଗିଲାଣି । ଫଳରେ ବିଭିନ୍ନ ସମୟରେ ପ୍ରାକୃତିକ ଦୁର୍ବିପାକ ଘଟୁଛି । ଅନେକ ସ୍ଥାନରେ ରାସ୍ତା ସମ୍ପ୍ରସାରଣ ଆଳରେ ପାଇଁ ଶହ ଶହ ବର୍ଷପୁରୁଣା କରାଯାଉଛି । ଦେଖିବାକୁ ମିଳୁଛି ପ୍ରଶାସନ ଓ ବନ ବିଭାଗର ଅଙ୍କୁଶ ନଥିବାରୁ ଦୈନିକ ଅବାଧରେ ଗଛ କଟା ଚାଲିଛି । ଏଥି ପାଇଁ ପରିବେଶବିତ୍ ଉଦବେଗ ପ୍ରକାଶ କରିଛନ୍ତି । ବର୍ତ୍ତମାନ କାଳବୈଶାଖୀ ସାଙ୍ଗକୁ ଗ୍ରୀଷ୍ମର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଏହାର କୁ ପ୍ରଭାବ ଗ୍ଲୋବାଲ ୱାମିଂ ସୃଷ୍ଟି ହେବା ସହିତ ଅଙ୍ଗାରକାମ୍ଳର ମାତ୍ରା ବୃଦ୍ଧି ପାଇବା ସହିତ ଅମ୍ଳଜାନ କମିବାରେ ଲାଗିଛି । ଏହି ଦୁର୍ଦ୍ଦିନରୁ ମୁକ୍ତି ସହିତ ଗ୍ରାମାଞ୍ଚଳର ସୁସ୍ଥ ପରିବେଶ ସୃଷ୍ଟି ଓ ଲୋକ ମାନଙ୍କର ସମସ୍ୟାର ସମାଧାନ ପାଇଁ ସରକାର ୧୯୮୪ ମସିହାରେ ସାମାଜିକ ସାମାଜିକ ବନ ପ୍ରକଳ୍ପ କାର୍ଯ୍ୟକାରୀ କରିଥିଲେ । ଏହାର ମୁଖ୍ୟ ଉଦେ୍ଦଶ୍ୟ ଥିଲା ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ଖୋଲା ସ୍ଥାନରେ ନୂଆ କରି ଘନ ଜଙ୍ଗଲ ସୃଷ୍ଟି କରି ସବୁଜ ବନାନୀ ସହ ଚାଷୀଙ୍କୁ ଉଷ୍ଟାହିତ କରିବା । ଏହା ସହିତ ଏହାକୁ ରକ୍ଷଣ ବେକ୍ଷଣ କରି ସ୍ୱାସ୍ଥ ପରିବେଶ ସୃଷ୍ଟି କରି ସଚେତନତା କରାଇବା । ଏଥି ପାଇଁ ପଡ଼ିଆ ଜମି ରାସ୍ତା ପାର୍ଶ୍ୱ ଆଦିରେ ଚାରା ରୋପଣ ପାଇଁ ଲୋକଙ୍କୁ ଚାରା ବଣ୍ଟା ଯିବା ସହିତ ଉପଯୁକ୍ତ ରକ୍ଷଣ ବେକ୍ଷଣ ପାଇଁ ପ୍ରଶିକ୍ଷଣ ଦିଅ ଯିବାର ବ୍ୟବସ୍ଥା ହୋଇଥିଲା । ଏହାକୁ ଗୁରୁତ୍ୱ ଦେବାକୁ ପ୍ରତି ପଞ୍ଚାୟତରେ ବନ କମିଟି ଗଠନ କରାଯାଇ ଗ୍ରାମାଞ୍ଚଳ ଲୋକଙ୍କୁ ଦାୟତ୍ୱ ଦିଆଯିବା ଆବଶ୍ୟକ ।ହେଲେ ସମ୍ପ୍ରତି ସୁଫଳ ମିଳିନାହିଁ । ଏହି ବନ ପ୍ରକଳ୍ପକୁ ବନ୍ତ ବ୍ଲକରେ ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟକାରୀ କରିବା ସହ ବିଭିନ୍ନ ଖୋଲା ସ୍ଥାନରେ ଜଙ୍ଗଲ ବିଭାଗ ପକ୍ଷରୁ ଚାରା ରୋପଣ ପାଇଁ ଦାବୀ ହେଉଛି । କେତକ ସ୍ଥାନରେ ବହୁ ବର୍ଷ ପୂର୍ବେ ରାସ୍ତା ପାର୍ଶ୍ୱ, କେନାଲ ବନ୍ଧ ଓ ଗ୍ରାମାଞ୍ଚଳରେ ସୃଷ୍ଟି ହୋଇଥିବା ଗ୍ରାମ୍ୟ ଜଙ୍ଗଲ ରେ ରୋପଣ କରାଯାଇଥିବା ବୃକ୍ଷ କୁ ଉପଯୁକ୍ତ ଯନô ନିଆ ନଯିବାରୁ ତାହା ଦିନକୁ ଦିନ ହ୍ରାସ ହେବାକୁ ବସୁଛି । ଅନ୍ୟ ପକ୍ଷେ କିଛି ବର୍ଷ ପୂର୍ବେ ବନ୍ତ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଫଳ ଗଛ ରୋପଣ କରାଯାଇଥିଲେ ମଧ୍ୟ ଏହାର ଉପଯୁକ୍ତ ଯନô ନିଆ ନଯିବାରୁ ତାହା ମଧ୍ୟ ନଷ୍ଟ ହୋଇଯାଇଥିବା ଜଣା ପଡ଼ିଛି । ବର୍ତ୍ତମାନ ସରକାରୀ ଜାଗା ଓ ବନ୍ୟ ଜଙ୍ଗଲ କୁ କିଛି ଲୋକ ନିଜ ଅଧୀନରେ ରଖି ଜଙ୍ଗଲ ନଷ୍ଟ କରିବା ସହିତ ସେହି ଜାଗା ଉପରେ ବଡ ବଡ କୋଠା ଘର ତିଆରି କରୁଥିବା ଦେଖିବାକୁ ମିଳୁଛି । ଏଥିପ୍ରତି ବନ ବିଭାଗ ଓ ତହସିଲ ଜାଣି ଶୁଣି ଚୁପ୍ ରହୁଥିବା ଦେଖିବାକୁ ମିଳୁଛି । ଫଳରେ ସରକାରୀ ଜମି ଦିନକୁ ଦିନ ହ୍ରାସ ପାଇଛି । କୌଣସି କାରଣ ନ ଥାଇ ରାସ୍ତା ପାର୍ଶ୍ୱରେ ଥିବା ବିଭିନ୍ନ ଗଛ କଟା ଯାଉଛି । ଏଣୁ ବିପଦ ଆସିବା ପୁର୍ବରୁ ସାବଧାନ ହେବା ସମୟ ଆସିଯାଇଛି । ପ୍ରତ୍ୟେକ ପଞ୍ଚାୟତରେ ସାମାଜିକ ବନ୍ୟପ୍ରକଳ୍ପ କାର୍ଯ୍ୟକ୍ଷମ କରି ବିଭିନ୍ନ ଫାଙ୍କା ସ୍ଥାନ ମାନଙ୍କରେ ଚାରା ରୋପଣ କରାଯିବ ପାଇଁ ପରିବେଶବିତଙ୍କ ଦାବି ହେଉଛି ।