ଛାତ୍ରୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ ଘଟଣା : ୟାସିନ ଓ ୱାର୍ଡେନ କୋର୍ଟଚାଲାଣ

 ସୁକିନ୍ଦା : ସଦର ମହକୁମାରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନର ହଷ୍ଟେଲ ୱାର୍ଡେନକୁ ଧମକ ଟଙ୍କା ପ୍ରଲୋଭନ ଦେଖାଇ ଛାତ୍ରୀଙ୍କ ଆପତ୍ତିଜନକ ଫଟୋ ଉଠାଇ ଭାଇରାଲ କରିଥିବା ଅଭିଯୋଗରେ ପୁଲିସ ସଂପୃକ୍ତ ଅଭିଯୁକ୍ତ ୟାସିନ ଖାନ ଓ ହଷ୍ଟେଲ ୱାଡେନକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୁକିନ୍ଦା ବ୍ଲକ ରୋଡରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନର ମୁଖ୍ୟ ୟାସିନ କଲେଜ ରୋଡରେ ଥିବା ଏକ ଘରୋଇ କୋଚିଙ୍ଗ ସେଣ୍ଟରର ଛାତ୍ରୀ ନିବାସ ମହିଳା କର୍ମଚାରୀ ଅନିତାଙ୍କୁ ଭୟ ଦେଖାଇ ଛାତ୍ରୀ ନିବାସରେ ରହୁଥିବା ଛାତ୍ରୀଙ୍କ ବିଭିନ୍ନ ଆପତ୍ତିଜନକ ଫଟୋ ଉତ୍ତୋଳନ କରି ପଠାଇବାକୁ ବାଧ୍ୟ କରିଥିଲା । ଅନିତା ମଙ୍ଗଳବାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ପରେ ମୁଖ୍ୟ ଅଭିଯୁକ୍ତ ୟାସିନ ଓ ହଷ୍ଟେଲ ୱାଡେନ ଅନିତା ମହାନ୍ତକୁ ଗିରଫ କରିଥିଲା । ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରିଥିଲା ପୁଲିସ । କୋର୍ଟରେ ଜାମିନ ଆବେଦନ ଖାରଜ ହୋଇଯିବାରୁ ଉଭୟ ଜେଲ ହାଜତକୁ ଯାଇଥିବା ଜଣାପଡିଛି ।