ଫଟୋ କହେ କିଛି କଥା... ସଙ୍ଗୀତାଙ୍କ ସାଥ୍ ଦେଲା ବିଜେପି, ଭରସା ଦେଲେ ଆକାଶ

ବ୍ୟାସନଗର: କେଁ କଟରରୁ ଆରମ୍ଭ ହୋଇଥିବା ବ୍ୟାସ ସରୋବର ମହୋସôବ ଶେଷ ହୋଇଛି । ଫେବ୍ରୁଆରି ୮ରୁ ୧୮ ଦଶଦିନ ଧରି ଚାଲିଥିବା ବ୍ୟାସ ମହୋତ୍ସବ ବ୍ୟାସନଗର ପୌର ରାଜନୀତିକୁ ଚଳଚଞ୍ଚଳ କରିଥିଲା । ଯଦି ବ୍ୟାସ ସରୋବର ମହୋତ୍ସବ ସହ ପୌର ରାଜନୀତିକୁ ଯୋଡ଼ି ତର୍ଜମା କରାଏ, ତେବେ ଗୋଟିଏ କଥା କୁହାଯାଇପାରିବ ତାହା ହେଲା ପୈାରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଓ ପାରିଷଦ ଲଢେଇ ଆଗାମି ଦିନରେ ରୋଚକର ହେବାକୁ ଯାଉଛି । 
ଭେଲରୁ ଆରମ୍ଭ ହୋଇଥିବା ମହୋସôବ ଶେଷ ରାତି ଭଲରେ ଶେଷ ହୋଇଥିଲା ସତ ହେଲେ ତାହା ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି । କହିବାକୁ ଗଲେ ଉଦଯାପନୀ ସମାରୋହ ପୈାର ରାଜନୀତିକୁ ସରଗରମ କରିଛି । ଯାହା ରାଜନୈତିିକ ଖଟିରୁ ଆରମ୍ଭ କରି ପୈାରାଂଚଳର ଗଳିକନ୍ଦିରେ ଆଲୋଚନା ହେଉଛି । ଯାହା ଆଲୋଚନା ହେଉଛି ତାହା ହେଲା ପୈାରାଧ୍ୟକ୍ଷାଙ୍କୁ ସାଥ୍ ଦେଲା ବିଜେପି, ଭରସା ଦେଲେ କୋରେଇ ବିଧାୟକ ଆକାଶ ଦାସନାୟକ । ଯାହାକୁ ନିରାଟ ସତ ବୋଲି କୁହାଯାଇପାରିବ । ପଭ୍ରମ୍ଭରୁ ବ୍ୟାସ ସରୋବର ମହୋସôବ ଅତିଥି ଚୟନକୁ ନେଇ ଅଧ୍ୟକ୍ଷାଙ୍କ ନିଷ୍ପତିକୁ ବିରୋଧ କରି ସର୍ବାଧିକ ପାରିଷଦ ମେଳି କରିଥିଲେ । କାଉନସିଲରେ ପାରିତ ମତେ ଅତିଥି ଚୟନ କରାନଯିବାରୁ ୧୦ଦିନ ଧରି ଚାଲିଥିବା ମହୋସôବକୁ ପାରିଷଦ ବଏକଟ କରିଥିଲେ । ଏପରିକି ସାମାନ୍ୟତମ ସୈାଜନ୍ୟତାରେ ନିମନ୍ତ୍ରଣ କରିନଥିବା କାରଣରୁ ମହୋସôବକୁ ଆସିବାକୁ ଉଚିତ ମନେ କରିନଥିବା ପ୍ରାକ୍ତନ ସାଂସଦ ରାମଚନ୍ଦ୍ର ଖୁଂଟିଆ ଏବଂ ପ୍ରାକ୍ତନ ବିଧାୟୀକା ସଂଚିତା ମହାନ୍ତି ପୈାର ପାଳିକା ଏବଂ ପୈାରାଧ୍ୟକ୍ଷାଙ୍କ ଅସଲ ମୁଖା ଖୋଲି ଦେଇଥିଲେ । ପ୍ରାକ୍ତନ ଅଧ୍ୟକ୍ଷା/ଉପାଧ୍ୟକ୍ଷ ବି ବ୍ୟାସ ମହୋସôବ ଆତିଥ୍ୟକୁ ଗ୍ରହଣ କଲେନି । ଯାହା ଆୟୋଜକଙ୍କ ଆତିଥ୍ୟତା ଉପରେ ପ୍ରଶ୍ନଚିହ୍ନ ଲଗାଇଥିଲା । ଏଣୁ ଉଦଯାପନୀ ଉସôବକୁ ନିମନ୍ତ୍ରଣ ହୋଇଥିବା ଅତିଥି ଆସିବେ ନାଁ ନାହିଁ, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ହେଲେ ଉଦ୍ୟାପନୀ ସମାରୋହରେ ଉପସ୍ଥିତ ହେଲେ ବିଜେପି  ବିଧାୟକ-ମନ୍ତ୍ରୀ ଓ ସାଂସଦ । ଯଦିଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା, ନଗର ଉନ୍ନୟନମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଜିଲ୍ଲାରୁ ନିର୍ବାଚିତ ସମସ୍ତ ବିଧାୟକ ଯୋଗ ଦେବେ ବୋଲି ନିମନ୍ତ୍ରଣ ପତ୍ରରେ ଛପା ଯାଇଥିଲା, କିନ୍ତୁ ନିମନ୍ତ୍ରଣ ରକ୍ଷା ପୂର୍ବକ ବିଧାୟକ ଆକାଶ, ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଏବଂ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଯୋଗ ଦେଇଥିଲେ । ଅସମ୍ମାନିତ ନିମନ୍ତ୍ରଣକୁ ନେଇ ବିଜେପି ଓ କଂଗ୍ରେସ ନେତା/ନେତ୍ରୀ ଏବଂ ଉପେକ୍ଷାକୁ ନେଇ ପାରିଷଦ ମହୋସôବକୁ ଦୁରୂ ଜୁହାର ହୋଇଥିବା ବେଳେ ବିଜେପି ସଙ୍ଗୀତାଙ୍କ ସାଥ୍ ଦେଇଥିଲା । ଆଉ ବିଧାୟକ ଆକାଶ ପୌରାଧ୍ୟକ୍ଷାଙ୍କୁ ବ୍ୟାସନଗର ବିକାଶର ଭରସା ସମାରୋହ ମଂଚରେ ଦେଇଥିଲେ । ଏକଥା ହେଉଥିବା ଚର୍ଚା ଏବଂ ଫଟୋ ହିଁ କହୁଛି । ଏବେ ଦେଖିବାର ଅଛି ବିଜେଡିରୁ ନିର୍ବାଚିତ ଅଧ୍ୟକ୍ଷା ଏବଂ ପାରିଷଦଙ୍କ ମଧ୍ୟରେ ତୁ ତୁ ମେଁ ମେଁ କେତେ ବାଟ ଯାଉଛି ।