ଜିଲ୍ଲାସ୍ତରୀୟ କ୍ଷତ୍ରୀୟ ଖଣ୍ଡାୟତ ମହାସଭା 

କୁଆଖିଆ: ରସୁଲପୁର ବ୍ଲକ୍ ହରିପୁରରେ ଜିଲ୍ଲାସ୍ତରୀୟ ସଂଯୁକ୍ତ ଖଣ୍ଡାୟତ କ୍ଷତ୍ରିୟ ମହାସଭା ଅନୁଷ୍ଠିତ ହୋଇଯାଇଛି । ନଟବର ସାହୁ ସଭାପତିତ୍ୱରେ ଅନୁଷ୍ଠିତ ମହାସଭାରେ ଅତିଥି ଭାବେ ସିଦ୍ଧାର୍ଥ ରାଉତରାୟ, ବାଲିଆ ଅଭିମନୁ୍ୟ ସାମନ୍ତ ସିଂହାରଙ୍କ ପ୍ରତିନିଧି ତଥା ବିଶିଷ୍ଟ କୃଷକ ନେତା ନିମାଇଁ ରାୟ, ନୃସିଂହ ଚରଣ ବଳରାୟ ମହାପାତ୍ର, ପ୍ରତାପ କୁମାର ଚମ୍ପତିରାୟ ମହାପାତ୍ର, ଶୁଭେନ୍ଦୁ ଦକ୍ଷିଣସିଂହ ମହାପାତ୍ର, ସତ୍ୟବାନ ରଣଜିତ ମହାପାତ୍ର, ସତ୍ୟରଞ୍ଜନ ଦକ୍ଷିଣ କବାଟ ମହାପାତ୍ର, ପ୍ରତାପ ଚନ୍ଦ୍ର ଉଦଣ୍ଡରାୟ ମହାପାତ୍ର, ନଟବର କୋଦମା ସିଂ ବରାଳ, ରାଜ୍ୟ ସାଧାରଣ ସଂପାଦକ ଦେବଦର୍ଶୀ ସାହୁ, ରାଜ୍ୟ ସଂଘ ମୁଖ୍ୟ ଉପଦେଷ୍ଟା ବିରେନ୍ ରାୟ, ତ୍ରିନାଥ ଜେନା, ନରେନ କୁମାର ଜେନା, ଘନଶ୍ୟାମ ରାଉତ ପ୍ରମୁଖ ଯୋଗଦେଇ ପୁରାତନ ରାଜତନ୍ତ୍ରରେ କ୍ଷତ୍ରିୟ ଖଣ୍ଡାୟତ ମାନେ ସଶକ୍ତ ସମୃଦ୍ଧ ଥିବାବେଳେ ସାମ୍ପ୍ରତିକ ଗଣତନ୍ତ୍ରରେ ଏଜାତି ଅବହେଳିତ, ନିଷ୍ପେସିତ ହୋଇ କାଳାତିପାତ କରୁଛି । ତେଣୁ ସମୟ ଆସିଛି କ୍ଷତ୍ରିୟ ମାନଙ୍କୁ ସଂଗଠିତ ଏବଂ ଜାଗ୍ରତ ହୋଇ ଏଜାତିର ଗୈାରବ ଓ ପରମ୍ପରାକୁ ରକ୍ଷା କରିବା ପାଇଁ ବୋଲି ଆହ୍ୱାନ ଦେଇଥିଲେ । ଆବାହକ ଅମୁଲ୍ୟ କୁମାର ବରାଳ ଅତିଥି ପରିଚୟ ଓ ବିବରଣୀ ପ୍ରଦାନ କରିଥିବା ବେଳେ ଶେଷରେ ଶିବପ୍ରସାଦ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ । ସଂପାଦକ ଅଶୋକ କୁମାର ବରାଳ ଓ ଆର୍ତତ୍ରାଣ ସାହୁ, ସଂଗଠନ ସଂପାଦକ ତନ୍ମୟ ବରାଳ, କୋଷାଧ୍ୟକ୍ଷ ସମରେନ୍ଦ୍ର ନାୟକଙ୍କ ସମେତ ବିଶ୍ୱନାଥ ମହାପାତ୍ର, ରବିନ୍ଦ୍ର ନାଥ ବେହୁରିଆ, କାର୍ତିକ ବରାଳ, ତ୍ରିଲୋଚନ ନାୟକ, ଭାଗିରଥୀ ବେହୁରିଆ, ହେମନ୍ତ ନାୟକ, ଦାମୋଦର ବରାଳ, ଜଗନ୍ନାଥ ଦେଓ, ଶିଶିର ନାୟକ, ସନ୍ତୋଷ ବରାଳ, ରଞ୍ଜନ ସାହୁ,ସୁମିତ ରାଉତ, ଅଶ୍ୱିନୀ ସ୍ୱାଇଁ, ଶାନ୍ତନୁ ସାହା, ନିରାକାର ବରାଳ, ଅରୁଣ ସ୍ୱାଇଁ, ନିଳମଣି ବରାଳ, ସୋମେଶ ନାୟକ ଓ ସିପୁ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।